ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ଯାଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କଲେ ଯୁବକ | ଏହି ବ୍ୟକ୍ତିଜଣକ ମୁଖ୍ୟମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରୁଥିବାବେଳେ ଉପସ୍ଥିତ କର୍ମୀମାନେ ତୁରନ୍ତ ସେହି ଯୁବକଙ୍କୁ ମଞ୍ଚ ଉପରୁ ତଳକୁ ନେଇଯାଇଥିଲେ | ତେବେ ଏହି ବ୍ୟକ୍ତିଜଣକ ହଠାତ ମୁଖ୍ୟମନ୍ତ୍ରୀଙ୍କ ମାଇକ ଛଡାଇନେଇଥିବାବେଳେ ଏହି ଦୃଶ୍ୟ ଦେଖି ମଞ୍ଚରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ମିଳିଥିବା ସୂଚନା ମୁତାବକ ଭାଗ୍ୟନଗର ଗଣେଶ ଉତ୍ସବ ସମିତିର ଅତିଥି ଭାବରେ ହିମନ୍ତ ଯୋଗ ଦେଇଥିଲେ | ଆଉ ହିମନ୍ତଙ୍କ ଏହା ଏହା ମଞ୍ଚରେ ଉପସ୍ଥିତ ଅନ୍ୟ ଅତିଥି ଓ ପୂଜା କମିଟିର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ହଠାତ୍ ଜଣେ ବ୍ୟକ୍ତି ପଛରୁ ଆସି ଆସାମର ମୁଖ୍ୟମନ୍ତ୍ରୀଙ୍କ ସହ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ।
#WATCH | Telangana: A man tried to confront Assam CM Himanta Biswa Sarma by dismantling the mike on a stage at a rally in Hyderabad pic.twitter.com/HFX0RqVEd8
— ANI (@ANI) September 9, 2022
ବ୍ୟକ୍ତି ଜଣକ ବିଜେପି ନେତାଙ୍କ ସମ୍ମୁଖରୁ ମାଇକ ଛଡ଼ାଇ ନେଇ ହିମନ୍ତ ବିଶ୍ୱଶର୍ମାଙ୍କ ଆଗରେ ରଖିଥିଲେ। ଆଉ ଏହି ଦୃଶ୍ୟ ଦେଖି ତୁରନ୍ତ କାର୍ଯ୍ୟକର୍ତ୍ତାମାନେ ଉକ୍ତ ବ୍ୟକ୍ତିଙ୍କୁ ଟାଣି ମଞ୍ଚ ତଳକୁ ନେଇଯାଇଥିଲେ | ଭିଡିଓରେ ଦେଖାଯାଉଛି ଯେ ଗୋଲାପୀ ରଙ୍ଗର ଉତ୍ତରୀୟ ପକାଇଥିବା ଜଣେ ବ୍ୟକ୍ତି ମଞ୍ଚ ଉପରକୁ ଚଢ଼ିଯାଇଥିଲେ | ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାର୍ଶ୍ୱରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଭାଷଣ ଦେଉଥିବାବେଳେ ତାଙ୍କ ମାଇକ ଛଡାଇ ମୁଖ୍ୟମନ୍ତ୍ରୀଙ୍କ ଆଡକୁ ବୁଲାଇ ଦେଇଥିଲେ | ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଯୁକ୍ତିତର୍କ କରିଥିଲେ | ଏହାପରେ, ଅନ୍ୟମାନେ ତାଙ୍କୁ ମଞ୍ଚରୁ ଟାଣି ନେଇ ମାଇକ୍ ଠିକ୍ କରି ସ୍ଲୋଗାନ ଦେଇଥିଲେ | ଏହି ସମୟରେ, ଏହି ସବୁ ଘଟଣା ଦେଖି ହିମନ୍ତ ହସିଥିଲେ |
ଉଲ୍ଲେଖ ଥାଉ କି ଏହି ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ହାଇଦ୍ରାବାଦର ମହାଲକ୍ଷ୍ମୀ ମନ୍ଦିର ପରିଦର୍ଶନ କରିଥିଲେ । ସେ ଏହି ସମୟରେ କହିଥିଲେ ଯେ, "ସରକାର କେବଳ ଦେଶ ତଥା ଲୋକଙ୍କ ପାଇଁ ହେବା ଉଚିତ। ସରକାର ପରିବାର ପାଇଁ କେବେ ହେଲେ ରହିବା ଉଚିତ ନୁହେଁ | କେସିଆର ବିଜେପି ମୁକ୍ତ ଭାରତ ବିଷୟରେ କହୁଛନ୍ତି । ସେମାନଙ୍କ ଏବଂ ଆମ ମଧ୍ୟରେ ପାର୍ଥକ୍ୟ ଅଛି | ସେ ବିଜେପିକୁ ଶେଷ କରିବାକୁ ଚାହୁଁଛନ୍ତି। ଆମେ ଭାରତୀୟ ରାଜନୈତିକ ବ୍ୟବସ୍ଥାରୁ ପାରିବାରିକ ରାଜନୀତିକୁ ହଟାଇବାକୁ ଚାହୁଁଛୁ।