ସ୍ତ୍ରୀ ସହିତ ରାସ୍ତାରେ ଯାଉଥିବା ବେଳେ ହଠାତ ବ୍ୟକ୍ତିଙ୍କ ଫୋନରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫୋନ ସମସ୍ତଙ୍କ ପାଇଁ ଜରୁରୀ ହୋଇଗଲାଣି। କରୋନାକାଳରେ ତ ଅନଲାଇନ କ୍ଲାସ ପାଇଁ ଛୋଟ ପିଲାଙ୍କ ହାତରେ ଭଳିକି ଭଳି ସ୍ମାର୍ଟଫୋନ ଦେଖିବାକୁ ମିଳୁଛି। କିନ୍ତୁ ଅନେକ ସମୟରେ ଏହି ଫୋନ ମଣିଷର ମୃତ୍ୟୁର କାରଣ ବି ହୋଇଥିବାର ଘଟଣା ସାମ୍ନାକୁ ଆସିଛି।

ନିକଟରେ ଫୋନରେ ନିଆଁ ଲାଗି ଯିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ରାସ୍ତାରେ ନିଜ ପତ୍ନୀଙ୍କ ସହିତ ଯାଉଛନ୍ତି। ଆଉ ହାତରେ ଏକ ବ୍ୟାଗ ଧରିଛନ୍ତି। ହଠାତ ଏହି ବ୍ୟାଗ ଭିତରୁ ନିଆଁ ବାହାରିଥିବା ଦେଖିବାକୁ ମିଳୁଛି।

ବ୍ୟକ୍ତି ଜଣକ ଭୟରେ ବ୍ୟାଗକୁ ରାସ୍ତାରେ ଫିଙ୍ଗି ଦେଉଛନ୍ତି। ବ୍ୟାଗ ପିଙ୍ଗିବା ପରେ ଜଣାପଡ଼ୁଛି  କି ସେ ବ୍ୟାଗ ଭିତରେ ରଖିଥିବା ଫୋନରୁ ହିଁ ନିଆଁ ଲାଗିଛି। ତେବେ ବ୍ୟକ୍ତି ଜଣକ ଏହି ଫୋନଟି ୨୦୧୬ରେ କିଣିଥିବା କହିଛନ୍ତି। ଫୋନରେ ନିଆଁ ଲାଗିବା ପରେ ଉକ୍ତ ଫୋନ କମ୍ପାନି ଯାଞ୍ଚ କରିବ ବୋଲି କହିଛି। ଘଟଣାଟି ଚୀନରେ ଘଟିଥିବା କୁହାଯାଉଛି।

ନିଆଁ ଲାଗିଥିବା ଫୋନ ମାଲିକଙ୍କ କହିବାନୁସାରେ, ତାଙ୍କ ଫୋନରେ ପୂର୍ବରୁ ଚାର୍ଜିଂ ସମସ୍ୟା ରହିଥିଲା।

ସମ୍ବନ୍ଧିତ ଖବର