ସ୍ୱାମୀଙ୍କୁ ବ୍ଲଡ୍‌ କ୍ୟାନ୍‌ସର ହୋଇଥିବା ଜାଣିବା ପରେ…

କୋଏମ୍ବାଟୁର: ସ୍ୱାମୀଙ୍କୁ ବ୍ଲଡ୍‌ କ୍ୟାନ୍‌ସର ହୋଇଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ବୟସ୍କା ମା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲାବେଳକୁ ମା ପୁଅଙ୍କର ମତ୍ୟୁ ଘଟି ସାରିଥିଲା।କେବଳ ପତ୍ନୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକଶଶ ଯେ, କୋଏମ୍ବାଟୁରର ସତ୍ୟମଙ୍ଗଳମ ଅଞ୍ଚଳରେ ପି ଗୁରୁସାମୀ (୫୫ ବର୍ଷ), ତାଙ୍କ ପତ୍ନୀ ମନୀ(୪୬ ବର୍ଷ) ଓ ମାଆ କନ୍ନମଲ (୭୪ ବର୍ଷ) ରୁହନ୍ତି। ସେମାନଙ୍କ ଦୁଇ ପୁଅ ପରିବାର ସହିତ ଅନ୍ୟ ସ୍ଥାନରେ ରୁହନ୍ତି। ନିକଟରେ ଗୁରୁସାମୀଙ୍କୁ ରକ୍ତ କର୍କଟ ରୋଗ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଏହା ଜାଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ପରିବାର ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ବଜାରରୁ ବିଷ କିଣି ଆଣିଥିଲେ ଗୁରୁସାମୀ। ସେମାନେ ବିଷପାନ କରିବା ପୂର୍ବରୁ ଅନ୍ତିମ ସଂସ୍କାର ପାଇଁ ଫୁଲହାର ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ସାମଗ୍ରୀ ମଧ୍ୟ କିଣି ଆଣିଥିଲେ। ପରେ ଏକାଠି ସେମାନେ ବିଷ ଖାଇଦେଇଥିଲେ। ତେବେ ତାଙ୍କର ଜଣେ ପଡୋଶୀ ଅଚାନକ ତାଙ୍କ ଘର ଭିତରକୁ ଆସି ତିନିଜଣଙ୍କ ଏପରି ଅବସ୍ଥା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ଗୁରୁସାମୀଙ୍କ ପତ୍ନୀ ମିନୀ ବଞ୍ଚିିଥିବା ଜଣାପଡ଼ିବା ପରେ ସେମାନେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତ କରିଛନ୍ତି। ଅପରପକ୍ଷେ ପୁଲିସ ଘର ଭିତରୁ ଏକ ସୁଇସାଇଡ ନୋଟ୍‌ ଜବତ କରିଛି। ଯେଉଁଥିରେ ଗୁରୁସାମୀଙ୍କୁ ରକ୍ତ କର୍କଟ ରୋଗ ହୋଇଥିବାରୁ ସେମାନେ ଆତ୍ମହତ୍ୟା ପଥକୁ ବାଛି ନେଉଥିବା ଉଲ୍ଲେଖ କରିଥିବା ତଦନ୍ତକାରୀ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର