ଚେନ୍ନାଇରୁ ଖାଦ୍ୟ ଅର୍ଡର କଲେ ଯୁବକ, କିନ୍ତୁ ଡେଲିଭର ହେଲା ରାଜସ୍ଥାନରୁ; ଜାଣନ୍ତୁ ଫୁଡ୍‌ ଆପ୍‌ ସ୍ୱିଗୀର ଏଭଳି ଅଜବ କାର୍‌ନାମା ବିଷୟରେ

ଚେନ୍ନାଇ: ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର କରିବା ସମୟରେ କ’ଣ ସବୁ ସମସ୍ୟା ହୋଇଥାଏ, ତାହା ଆପଣମାନେ ଭଲ ଭାବରେ ଜାଣିଥିବେ । ଡେଲିଭର କରିବାକୁ ବିଳମ୍ବ ହେବା ସହ ଖାଦ୍ୟରେ ଅପମିଶ୍ରଣ ହେବା ଭଳି ଅନେକ ଖବର ପୂର୍ବରୁ ସାମ୍ନାକୁ ଆସି ସାରିଛି । କିନ୍ତୁ ଏବେ ଚେନ୍ନାଇରେ ଯେଉଁ ଭଳି ଘଟଣା ଘଟିଛି, ତାହା ପୂର୍ବ ସବୁ ଘଟଣାଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ସୂଚନା ମୁତାବକ, ଚେନ୍ନାଇର ଜଣେ ଯୁବକ ଭୋକ ଲାଗିବାରୁ ଖାଦ୍ୟ ଅର୍ଡର କରିବା ପାଇଁ ସ୍ୱିଗୀ ଆପ୍‌ର ବ୍ୟବହାର କରିଥିଲେ । ସ୍ୱିଗୀ ଯୁବକଙ୍କ ଅର୍ଡର ନେବା ସହ ଏହାକୁ ଡେଲିଭର କରିବାର ପ୍ରକ୍ରିୟା ଆରମ୍ଭ ମଧ୍ୟ କରିଥିଲା । କିନ୍ତୁ ରାଜସ୍ଥାନର ଏକ ରେସ୍ତୋରାଁରୁ । ଚେନ୍ନାଇର ଏକ ପାଖ ରେସ୍ତୋରାଁରୁ ଖାଦ୍ୟ ଡେଲିଭର କରିବା ପରିବର୍ତ୍ତେ ରାଜସ୍ଥାନରୁ ଡେଲିଭର ହେବା ଘଟଣା ଅର୍ଡର କରିଥିବା ଯୁବକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହା ସହ ରାଜସ୍ଥାନରୁ ଚେନ୍ନାଇ ଆସୁଥିବା ସ୍ୱିଗୀ ଡେଲିଭରୀ ବଏଙ୍କ ଡେଲିଭର କରିବାର ସମୟ ସୀମା ଆପ୍‌ର ସାଇଟ୍‌ରେ ୧୨ ମିନିଟ୍‌ ଦେଖାଉଥିଲା । ଯାହା ଅର୍ଡର କରିଥିବା ଯୁବକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଥିଲା ।

ଏ ଖବର ଭାର୍ଗବ ରଞ୍ଜନ ନାମକ ଜଣେ ଟୁଇଟର ବ୍ୟବହାରକାରୀ ମ୍ୟାପ୍‌ର ଫଟୋ ପୋଷ୍ଟ କରି ଓ୍ଵାଓ ସ୍ୱିଗୀ….ତୁମେ କେଉଁ ଗାଡ଼ି ଚଳାଉଛ ବୋଲି ପ୍ରଶ୍ନ କରିଥଲେ । ଭାର୍ଗବଙ୍କ ଏଭଳି ପ୍ରଶ୍ନର ଉତ୍ତର ରଖି, ଆମେ ଆମ ଗ୍ରାହକଙ୍କ ପାଇଁ ଜହ୍ନକୁ ଯାଇ ମଧ୍ୟ ଆସି ପାରିବୁ ବୋଲି କହିଲା ସ୍ୱିଗୀ । ଏହା ସହ ପରେ କ୍ଷମା ପ୍ରାର୍ଥନା କରିବା ସହ ଏଭଳି ଭୁଲ କ’ଣ ପାଇଁ ହେଲା ସେ ନେଇ ତଦନ୍ତ କରାଯିବ ବୋଲି ସ୍ୱିଗୀ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର