‘ଦରମା ବର୍ଷକୁ ୧ କୋଟି, କିନ୍ତୁ କାମ କିଛି ନାହିଁ’ …ନିଜ କମ୍ପାନିକୁ କୋର୍ଟକୁ ଟାଣିଲେ କର୍ମଚାରୀ

ଲଣ୍ଡନ : ଆମ ଭାରତରେ ଅଧିକାଂଶ ଲୋକ ଭାବନ୍ତି ଭଲ ଚାକିରିର ଅର୍ଥ ହେଉଛି ମୋଟା ଆକାରର ଦରମା ଓ ଟିକିଏ କମ କାମ ଥିବ । କିନ୍ତୁ ଆୟର୍ଲାଣ୍ଡର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ଠିକ ଓଲଟା ହୋଇଛି । ସେ ମୋଟା ଆକାରର ଦରମା ପାଉଛନ୍ତି, କିନ୍ତୁ କମ୍ପାନିରେ ସେ ବସି ବସି ଆସୁଛନ୍ତି । ଏହାକୁ ନେଇ ସେ କମ୍ପାନିକୁ କୋର୍ଟକୁ ଟାଣିଛନ୍ତି ।

ଆଇରିସ୍ ରେଳ କମ୍ପାନିରେ କାମ କରୁଥିବା ଏହି ବ୍ୟକ୍ତି ହେଉଛନ୍ତି ଡରମଟ୍ ଆଲିଷ୍ଟର ମିଲ୍ସ । ସେ ସେଠାରେ ଜଣେ ଫାଇନାନ୍ସ ମ୍ୟାନେଜର ଭାବେ କାମ କରନ୍ତି । ବର୍ଷକୁ ତାଙ୍କର ଦରମା ହେଉଛି ୧ ଲକ୍ଷ ୨୧ ହଜାର ୟୁରୋ ପାଇଁ ଭାରତୀୟ ମୁଦ୍ରାରେ ଏକ କୋଟିର ଟଙ୍କାରୁ ଅଧିକ । କିନ୍ତୁ ମୋଟା ଆକାରର ଦରମା ପାଉଥିଲେ ବି ତାଙ୍କୁ ଅଫିସରେ କୌଣସି କାମ ଦିଆଯାଉନାହିଁ ।

ନିଜର ଦୈନନ୍ଦିନ କାମ ସଂପର୍କରେ ସେ କୁହନ୍ତି, ସେ ଦିନ ୧୦ଟାରେ ଅଫିସରେ ପହଞ୍ଚନ୍ତି । ଦୁଇଟି ସମ୍ବାଦପତ୍ର ଓ ଏକ ସାଣ୍ଡଓ୍ବିଚ୍ କିଣନ୍ତି । ଏହା ପରେ ସେ ସାଣ୍ଡଓ୍ବିଚ ଖାଆନ୍ତି, ସମ୍ବାଦପତ୍ର ପଢନ୍ତି । ଅଫିସର ମେଲ ଖୋଲନ୍ତି, କୌଣସି ମେଲ ଆସିଥିଲେ ତାହାର ଉତ୍ତର ଦିଅନ୍ତି । କିଛି ସମୟ ପରେ ଚାଲିବାକୁ ଯାଆନ୍ତି । ସାରା ଦିନରେ ସେ ଏତିକି କାମ ହିଁ କରନ୍ତି ।

ତାଙ୍କୁ କୌଣସି କାମ ଦିଆଯାଉନଥିବାରୁ ସେ ତା ବିରୋଧରେ ଶ୍ରମ ଆଦାଲତରେ ଅଭିଯୋଗ କରିଛନ୍ତି । ୯ ବର୍ଷ ତଳେ କମ୍ପାନିର ଏକ ଗୋପନ ତ୍ରୁଟି ସଂପର୍କିତ ସୂଚନା ଜଣାଇଦେଇଥିବାରୁ ତାଙ୍କୁ ଏପରି ଦଣ୍ଡ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି ।

 

 

ସମ୍ବନ୍ଧିତ ଖବର