ବନ୍ଧୁର ବଦଳି ରୋକିବାକୁ ଅମିତ ଶାହାଙ୍କ ବ୍ୟକ୍ତିଗତ ସଚିବ ହୋଇ ନିତିନ ଗଡ଼କରିଙ୍କ କାର୍ଯ୍ୟାଳୟକୁ ଫେକ୍‌ କଲ୍‌, ଧରାପଡ଼ିଲା କାରନାମା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ବଦଳି ରୋକିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟକ୍ତିଗତ ସଚିବ ବୋଲି ପରିଚୟ ଦେଇ କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରିଙ୍କ ଅଫିସ୍‌କୁ ଫୋନ୍‌ କରିଥିବା ଅଭିଯୋଗ ହୋଇଛି। ସେ ଗଡ଼କରିଙ୍କ ଅଫିସ୍‌କୁ ଫୋନ୍‌ କରି ଗ୍ବାୟାଲିୟରରୁ ଅନ୍ୟତ୍ରକୁ ବଦଳି ହୋଇଥିବା ତାଙ୍କ ବନ୍ଧୁଙ୍କ ବଦଳି ନିର୍ଦ୍ଦେଶରେ ପରିବର୍ତ୍ତନ ଆଣିବାକୁ କହିଥିବା ଜାଣିବାକୁ ମିଳିଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜୁଲାଇ ୩ ତାରିଖରେ ଅଭିଷେକ ଦ୍ବିବେଦୀ ଏକା ଶିବୁ ନିଜକୁ ଅମିତ ଶାହାଙ୍କ ବ୍ୟକ୍ତିଗତ ସଚିବ ବୋଲି କହି କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରିଙ୍କ ଅଫିସ୍‌ କର୍ମଚାରୀଙ୍କୁ କଲ୍‌ କରିଥିଲେ। ସେ କଲ୍‌ କରି ଗ୍ବାଲିୟର୍‌ରେ ପରିବହନ ଅୟୁକ୍ତ କାର୍ଯ୍ୟାଳୟରେ ପରିବହନ ନିରୀକ୍ଷକ ପଦରେ ଥିବା ତାଙ୍କ ବନ୍ଧୁଙ୍କର ଅନ୍ୟତ୍ର ବଦଳିକୁ ରୋକିବା ପାଇଁ କହିଥିଲେ।


Reuters

କର୍ମଚାରୀମାନେ ଫୋନ୍‌ କଲ୍‌ ପାଇବ‌ା ପରେ ତୁରନ୍ତ ଗଡ଼କରିଙ୍କ ସହ ଶାହାଙ୍କ ବ୍ୟକ୍ତିଗତ ସଚିବଙ୍କୁ ସୂଚୀତ କରିଥିଲେ। ଅମିତ ଶାହାଙ୍କ ବ୍ୟକ୍ତିଗତ ସଚିବ ଏକ ମାମଲା ରୁଜୁ କରିବା ପରେ ଏହି ମାମଲାର ତଦନ୍ତ କରାଯାଇ ଫୋନ୍‌ ଆସିଥିବା ନମ୍ବରଟିକୁ ଟ୍ରାକ୍‌ କରାଗଲା। ଟ୍ରାକ୍ କରାଯିବା ପରେ ଜାଣିବାକୁ ମିଳିଲା ଯେ ଅଭିଯୁକ୍ତ ଜଣକ ହେଉଛନ୍ତି ମଧ୍ୟପ୍ରଦେଶସ୍ଥିତ ରେୱାର ବାସିନ୍ଦା ଅଭିଷେକ ଦ୍ବିବେବୀ। ସେ ଫୋନ୍‌ କରିବା ସମୟରେ ମୁମ୍ବାଇରେ ରହୁଥିଲେ। ପୁଲିସ୍‌ ମୁମ୍ବାଇର କୋଲାମବେଲି, ଖର୍ଗର, ବେଲାପୁର ଓ ତାଲଜା ଅଞ୍ଚଳରେ ତାଙ୍କୁ ଖୋଜିବା ପରେ ବି ପାଇନଥିଲା।  ପୁଲିସ୍‌ ତାଙ୍କୁ ଖୋଜୁଥିବା କାରଣରୁ ସେ ମୁମ୍ବାଇ ଛାଡ଼ି  ପଳାଇ ଯାଇଥଲେ। ‌

ଶେଷରେ ତ‌ାଙ୍କୁ ଇନ୍ଦୋରରୁ ଧରାଯାଇଛି। ସେ ଯେଉଁ ଫୋନ୍‌ ଓ ସିମ୍‌ ବ୍ୟବହାର କରି ଫୋନ୍‌ କଲ କରିଥିଲେ ତାହାକୁ ମଧ୍ୟ ଜବତ କରାଯାଇଛି। ପୁଲିସ୍‌ ଜେରା ସମୟରେ ଅଭିଷେକ କହିଛନ୍ତି କି ତାଙ୍କ ପିଲାଦିନର ବନ୍ଧୁ ବିନୟ ସିଂହ ବାଘେଲ ନିଜର ବଦଳିକୁ ରୋକିବା ପାଇଁ ତାଙ୍କୁ ଅନୁରୋଧ କରିବା ପରେ ସେ ଏପରି କରିଥିଲେ।

ସମ୍ବନ୍ଧିତ ଖବର