ଭୋପାଳ: ୨ଜଣ ନିଶାସକ୍ତ ସାଙ୍ଗ ଦ୍ରୁତଗାମୀ କାର୍‌ରୁ ଆଉ ଜଣେ ନିଶାସକ୍ତ ସାଙ୍ଗକୁ ଠେଲିଦେଇ ପଳାଇ ଯାଉଥିବା ବେଳେ ରାସ୍ତାରେ ଘୋ‌ଷାରି ହୋଇ ତା’ର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

Advertisment

ପୁଲିସ କହିଛି, ମଙ୍ଗଳବାର ରାତି ପ୍ରାୟ ୯.୩୦ରେ ଘଟଣାଟି ମଧ୍ୟପ୍ରଦେଶର ସୀହୋର୍‌ ଜିଲ୍ଲାରେ ଘଟିଛି। ନିଶାସକ୍ତ ତୃତୀୟ ସାଙ୍ଗ ସିଟ୍‌ବେଲ୍‌ଟ୍ ବାନ୍ଧିଥିବାରୁ କାର୍‌ରୁ ବାହାରି ତଳେ ନ ପଡ଼ି ୨୫ କିଲୋମିଟର୍‌ ବାଟ ଘୋଷାରି ହୋଇଯାଇଥିବା କଥା ଅନ୍ୟ ସାଙ୍ଗ ଦୁଇଜଣ ଜାଣି ପାରି ନ ଥିଲେ।

୨ଟି ପିଲାଙ୍କ ବାପା ଉକ୍ତ ବ୍ୟକ୍ତି ଭୋପାଳ-ଗ୍ବାଲିୟର୍‌ ରାଜପଥରେ ୨୫ କିଲୋମିଟର୍‌ ଘୋଷାରି ହୋଇ ଯିବା ପରେ ଅନ୍ୟ ଗାଡ଼ିଚାଳକମାନଙ୍କ ଦୃଷ୍ଟିରେ ପଡ଼ିବାରୁ ସେମାନେ ‘୧୦୦’କୁ ଫୋନ୍‌ କଲେ। ତା’ପରେ ଏକ ‌ପୁଲିସ ପାଟ୍ରୋଲ୍‌ କାର୍‌ ପିଛା କରି ଗୋଟାଏ ଟୋଲ୍‌ ଗେଟ୍‌ରେ ସେ କାର୍‌ର ଅଟକାଇଥିଲା। ସେତେବେ‌ଳକୁ ଘୋଷାରି ହୋଇ ଆସୁଥିବା ସନ୍ଦୀପ ନୱାଲ୍‌ ନାମକ ସେ ବ୍ୟକ୍ତିଙ୍କ ଶବରୁ ମାଂସ ବାହାରି ଯିବା ସହିତ ଖପୁରି ଛେଚି ହୋଇଯାଇଥିଲା। କାର୍‌ର ବାମ ପାର୍ଶ୍ବ ବି ରକ୍ତ ଓ ମାଂସରେ ସମ୍ପୂର୍ଣ୍ଣ ରଞ୍ଜିତ ହୋଇଯାଇଥିଲା।

Madhya Pradesh: Drunk Co-Passengers Push Man From Moving Car, Drag Him Trapped On Seat Belt For 25 Km

କାର୍‌ ଚଳାଉଥିବା ସନ୍ଦୀପଙ୍କ ସମ୍ପର୍କୀୟ ଭାଇ ୫୩ ବର୍ଷିୟ ସଞ୍ଜୀବ ନକ୍‌ୱାଲ୍‌ ଓ କାର୍‌ ଚଳାଉଥିବା ସେମାନଙ୍କ ବନ୍ଧୁ ୩୮ ବର୍ଷିୟ ରାଜେଶ ଚଢ଼ାର୍‌ଙ୍କୁ ପୁଲିସ ଗିରଫ କରିଛି।

ତିନିହେଁ ଗ୍ବାଲିଅର୍‌ ଅନ୍ତର୍ଗତ ଅୱାଧପୁର ବାସିନ୍ଦା ଏବଂ ସେମାନେ ଆଜ୍‌ମେର୍‌ରୁ ଶବସତ୍କାର କାମରୁ ଫେରୁଥିଲେ। ୬୦ କିଲୋମିଟର୍‌ ଅଧିକ ବାଟ ହୋଇଥିଲେ ବି ସେମାନେ ଭୋପାଳ ଦେଇ ଫେରୁଥିଲେ। ସୀହୋର ଜିଲ୍ଲାରେ ରାତ୍ରଭୋଜନ କରିବା ପରେ ଗାଡ଼ି ଭିତରେ ୩ଜଣଙ୍କ ମଧ୍ୟରେ ଭୀଷଣ ବିବାଦ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ସଞ୍ଜୀବ ଓ ରାଜେଶ ସନ୍ଦୀପଙ୍କୁ କାର୍‌ରୁ ଠେଲି ଦେଇଥିଲେ। କିନ୍ତୁ, ସେ ସିଟ୍‌ବେଲ୍‌ଟ୍‌ ବାନ୍ଧିଥିବା କଥା ସେମାନଙ୍କର ଧାରଣା ନ ଥିଲା।