ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନିମଚରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନର ଅଭାବରୁ ହତାଶ ହୋଇ ଅଭିଯୋଗକାରୀ ଅମଲାତନ୍ତ୍ର ଏବଂ କ୍ଷମତାକୁ ଜାଗ୍ରତ କରିବାର ଏକ ନିଆରା ପଦ୍ଧତି ଗ୍ରହଣ କରିଥିଲେ।

Advertisment

ଅଭିଯୋଗକାରୀ ମୁକେଶ ପ୍ରଜାପତି ଶରୀରରକୁ ସମ୍ପୂର୍ଣ ଭାବେ ଅଭିଯୋଗ ପତ୍ରରେ ଢ଼ାଙ୍କି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଅଭିଯୋଗକାରୀଙ୍କ ଏଭଳି ଦୃଶ୍ୟ ଦେଖିବାକୁ ଲୋକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଭିଡ଼ ଜମିଥିଲା।  

ଅଭିଯୋଗକାରୀ ମୁକେଶ ପ୍ରଜାପତି ନୂତନ ଜିଲ୍ଲପାଳ ହିମାଂଶୁ ଚନ୍ଦ୍ରଙ୍କୁ ଭେଟି ଅଭିଯୋଗ କରି କହିଥିଲେ, ‘ ଅଧିକାରୀଙ୍କ ବ୍ୟତୀତ ସେ ଲୋକାୟୁକ୍ତ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୁର୍ନୀତି ବିରୋଧରେ ଅଭିଯୋଗ କରିଥିଲି। କିନ୍ତୁ ଏନେଇ  କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ।  ତେଣୁ ମୁଁ ବାଧ୍ୟ ହୋଇ ମୁଁ ଆପଣଙ୍କ ନିକଟକୁ ମୋ ଅଭିଯୋଗ ପତ୍ର ସହ ଘୁଶୁଡ଼ି ଘୁଶୁଡ଼ି ଆସିବାକୁ ବାଧ୍ୟ ହୋଇଛି।

ନିମଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏପରି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି। କଂଗ୍ରେସ କହିଛି ଏହି ଅଭିଯୋଗକାରୀଙ୍କ ଅବସ୍ଥା ଦେଖି ସରକାରଙ୍କ ଛବି ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଛି।

ପୀଡିତା ଅଭିଯୋଗକାରୀ ତତ୍କାଳୀନ ସରପଞ୍ଚ ଏବଂ ତାଙ୍କ ସ୍ୱାମୀ କୋଟି କୋଟି ଟଙ୍କା ଦୁର୍ନୀତି କରିଥିବା ଅଭିଯୋଗ କରିଥିଲେ। ମୁକେଶ ପ୍ରଜାପତି କହିଛନ୍ତି,‘ ଯେ ତତ୍କାଳୀନ ସିଇଓ ଗୁରୁପ୍ରସାଦ ବି ଏହି ଦୁର୍ନୀତି ଘଟଣାରେ ସାମିଲ ଅଛନ୍ତି ହୋଇଛି। ମୁଁ ଦୁର୍ନୀତିର ପ୍ରମାଣ ଉପସ୍ଥାପନ କରିବା ପରେ ମଧ୍ୟ ଅଧିକାରୀମାନେ ମୋର ନିବେଦନ ଶୁଣି ନଥିଲେ।’

ଜିଲ୍ଲାପାଳ ହିମାଂଶୁ ଚନ୍ଦ୍ର ମୁକେଶ ପ୍ରଜାପତିଙ୍କ ଅଭିଯୋଗ ଶୁଣିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।