ଇସ୍ଲାମାବାଦ୍: ୨୦୧୨ରେ ମଲାଲା ୟୁସୁଫ୍ଜଇଙ୍କ ଉପରେ ଗୁଳି ଚାଳନା ଏବଂ ୨୦୧୪ରେ ପେଶ୍ଓ୍ଵାର ସେନା ସ୍କୁଲ୍ରେ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ପୂର୍ବତନ ପାକିସ୍ତାନ ତାଲିବାନ୍ ମୁଖପାତ୍ର ଏଶାନୁଲ୍ଲା ଏଶାନ୍ ଜେଲ୍ରୁ ଖସି ପଳାଇଥିବା କଥା ସେ ନିଜେ ରିଲିଜ୍ କରିଥିବା ଏକ ଅଡିଓ କ୍ଲିପ୍ରୁ ଜଣାପଡ଼ିଛି।
ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ସମ୍ପ୍ରସାରିତ ହୋଇଥିବା ଏହି ଅଡିଓ କ୍ଲିପ୍ରେ ଏଶାନ୍ କହିଛନ୍ତି ଯେ ଜାନୁଆରି ୧୧ ତାରିଖ ଦିନ ସେ ପାକିସ୍ତାନୀ ନିରାପତ୍ତା ଏଜେନ୍ସିଙ୍କ ଜେଲ୍ରୁ ଖସି ପଳାଇଛନ୍ତି। ୨୦୧୭ରେ ଆତ୍ମସମର୍ପଣ ସମୟରେ ତାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳିବାରେ ପାକିସ୍ତାନୀ ସେନା ବିଫଳ ହେବାରୁ ସେ ଏ ଭଳି ପଦକ୍ଷେପ ନେଇଥିବା କଥା ଦାବି କରିଛନ୍ତି।
Image Source: Aaj Takଅଡିଓ କ୍ଲିପ୍ରେ ସେ କହୁଛନ୍ତି: ଈଶ୍ୱରଙ୍କ ସହାୟତାରେ ୨୦୨୦ ଜାନୁଆରି ୧୧ ତାରିଖ ଦିନ ମୁଁ ନିରାପତ୍ତା ବଳଙ୍କ ଜେଲ୍ରୁ ଖସି ପଳାଇଲି।
ଏବେ କେଉଁଠାରେ ରହୁଛନ୍ତି ସେ କଥା ପ୍ରକାଶ ନ କରି ଏଶାନ୍ କହିଛନ୍ତି ଯେ ଆଗାମୀ ଦିନମାନଙ୍କରେ ସେ ତାଙ୍କ ଜେଲ୍ ରହଣି ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିବେ।
୨୦୧୨ରେ ସ୍ୱାତ୍ ଉପତ୍ୟକାରେ ମହିଳା ଶିକ୍ଷା ଅଭିଯାନ ଚଳାଇଥିବା ସର୍ବ କନିଷ୍ଠ ନୋବେଲ୍ ପୁରସ୍କାର ବିଜୟିନୀ ୨୨ ବର୍ଷୀୟ ମାଲାଲାଙ୍କ ଉପରକୁ ଜଣେ ବନ୍ଧୁକଧାରୀ ଗୁଳି ଚଳାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/eshan.jpg)