କାର୍‌ରେ ଫସି ରହିଥିବା ଜଣେ ମହିଳାଙ୍କ ଜୀବନ ବଞ୍ଚାଇବା ପାଇଁ କମେଡି ସୋ’ରେ ଦେଖିଥିବା କୌଶଳ ଆପଣାଇଲେ ଯୁବକ

ନୂଆଦିଲ୍ଲୀ : କିଛି ଲୋକ ପିଲାମାନେ ଟିଭିରେ ପ୍ରସାରଣ କରାଯାଉଥିବା ବିଭିନ୍ନ ସୋ’ ଦେଖି ଖରାପ ହୋଇ ଯାଇଥିବା କଥା ଅଭିଯୋଗ କରିଥାନ୍ତି । ଏହା ସହ ପିଲାମାନେ ଟିଭି ଦେଖି ପାଠ ପଢ଼ୁ ନ ଥିବା ଅଭିଯୋଗ ସବୁ ମାତା-ପିତାଙ୍କର ରହିଥାଏ । କିନ୍ତୁ ଏରିଜୋନାରେ ଜଣେ ଯୁବକ ଯାହା କରିଛନ୍ତି ତାହାକୁ ନେଇ ଏବେ ଚାରି ଆଡ଼େ ଚର୍ଚ୍ଚା । ଏକ କମେଡି ସୋ’ରେ ଦେଖା ଯାଇଥିବା କୌଶଳର ବ୍ୟବହାର କରି ଯୁବକଜଣକ ମହିଳାଙ୍କ ଜୀବନ ବଞ୍ଚାଇବା ପରେ ତାଙ୍କୁ ଏବେ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି ।

ସୂଚନା ମୁତାବକ, ଏରିଜୋନାରେ ରହୁଥିବା କ୍ରସ ସ୍କଟ୍‌ ଜଣେ ମହିଳାଙ୍କୁ କାର୍‌ ଭିତରେ ବନ୍ଦ ହୋଇ ଯାଇଥିବା ଦେଖିଥିଲେ । ପାଖକୁ ଯିବା ପରେ ମହିଳାଜଣକ ଭିତରେ ଅଚେତ୍‌ ହୋଇ ଯାଇଥିବା ଦେଖି କ୍ରସ୍‌ କାର୍‌ର କାଚ୍‌ ଭାଙ୍ଗି ଦେଇଥିଲେ । ମହିଳାଙ୍କ ଅବସ୍ଥା ଦେଖି ପ୍ରଥମେ ସେ କିିଛି ବୁଝି ପାରି ନ ଥିବା ବେଳେ ପରେ ସେ ସିଟ୍‌କମ୍‌(ସିଟ୍ୟୁଏସନ୍‌ କମେଡି) ‘ଦ ଅଫିସ୍‌’ରେ ଦେଖା ଯାଇଥିବାର ଦୃଶ୍ୟ ମନେ ପକାଇଥିଲେ । ସେଥିରେ ନିଶ୍ୱାସ ବନ୍ଦ ହୋଇ ଯାଇଥିବା ଲୋକକୁ କିପରି ପୁନଃଜୀବିତ କରାଯାଇ ପାରିବ ସେ ବିଷୟରେ ଦେଖା ଯାଇଥିବା ବେଳେ କ୍ରସ୍‌ ସେହି ଟେକ୍‌ନିକ୍‌ ଆପଣାଇଥିଲେ । କିଛି ସମୟ ମହିଳାଙ୍କ ହୃତସ୍ପନ୍ଦନ ଚଳାଇ ରଖିବା ଲାଗି ଛାତିକୁ ବାରମ୍ବାର ଚାପ ଦେବା ପରେ ମହିଳାଙ୍କ ହୋସ ଆସିଯିବା ସହ ସେ ନିଶ୍ୱାସ ନେବା ଆରମ୍ଭ କରିଥିଲେ ।

ସମ୍ବନ୍ଧିତ ଖବର