ହ୍ବାଟ୍‌ସଆପ୍‌ରେ ଈଶନିନ୍ଦା ପୋଷ୍ଟ୍‌ ପାଇଁ ପାକିସ୍ତାନରେ ଜଣକୁ ମୃତ୍ୟୁଦଣ୍ଡାଦେଶ

ଇସଲାମାବାଦ: ପାକିସ୍ତାନର ଜନୈକ ମୁସଲମାନ ବ୍ୟକ୍ତିଙ୍କୁ ହ୍ବାଟ୍‌ସଆପ୍‌ରେ ଈଶନିନ୍ଦା (ବ୍ଲାସଫେମି)-ମୂଳକ ପୋଷ୍ଟ ପାଇଁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ଇଲେକ୍‌ଟ୍ରୋନିକ୍ ଅପରାଧ ନିୟନ୍ତ୍ରଣ ଆଇନ ଓ ଆତଙ୍କବାଦ-ନିରୋଧୀ ଆଇନ ଅନୁଯାୟୀ ଶୁକ୍ରବାର ତାଙ୍କୁ ପେସାୱାରର ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ଦୋଷୀ ସାବ୍ୟସ୍ତ ସୟଦ ମହମ୍ମଦ ଜିସାନଙ୍କର ଏହା ବିରୋଧରେ ଉପର କୋର୍ଟରେ ଆବେଦନ କରିବାର ଅଧିକାର ଅଛି।

ପାକିସ୍ତାନର ମର୍ଦାନ ସହରର ବାସିନ୍ଦା ଜିସାନଙ୍କୁ ୨୩ ବର୍ଷର ଜେଲ ଦଣ୍ଡ ସହ ୧୨ ଳକ୍ଷ ଟଙ୍କା (୪,୩୦୦ ଡଲାର)ର ଜରିମାନା ମଧ୍ୟ କରାଯାଇଛି। ଗତ ୨୦ ବର୍ଷ ଭିତରେ ୭୭୪ ଜଣ ମୁସଲମାନ ଓ ୭୬୦ ଜଣ ସଂଖ୍ୟାଲଘୁ ଧାର୍ମିକ ସମ୍ପ୍ରଦାୟର ବ୍ୟକ୍ତିଙ୍କ ବିରୋଧରେ ଈଶନିନ୍ଦା ଅଭିଯୋଗ ଅଣାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର