ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ଜ୍ୟୋତି ନଗରରେ ଜଣେ ଯୁବକ ଅଟୋରିକ୍ସାରେ ଯାଉଥିବା ବେଳେ ପ୍ରେମିକାଙ୍କ ସହିତ ମୋବାଇଲେରେ କଥା ହେଉଥିଲେ। ମୋବାଇଲ ଫୋନ୍ରେ ପ୍ରେମିକା ସହିତ ତାଙ୍କର ଝଗଡ଼ା ହେଲା। ତା’ପରେ ଯୁବକଜଣକ ନିଜ ଉପରେ ପେଟ୍ରୋଲ ଢାଳି ଦେହରେ ନିଆଁ ଲଗାଇ ଦେଲେ। ସେ ନିଜର ଜ୍ୟାକେଟ୍ ଭିତରେ ପେଟ୍ରୋଲ ବୋତଲ ନେଇଯାଉଥିଲେ। ପୁଲିସ ସୂତ୍ରରୁ ପ୍ରକାଶ ଯେ ୨୪ ବର୍ଷୀୟ ଯୁବକଜଣଙ୍କ ସହ ତାଙ୍କର ଦାଦା-ପୁଅ ଭାଇ ଅର୍ଜୁନ ଆଉ ଜଣେ ସହଯାତ୍ରୀ ଅଟୋରେ ଯାଉଥିଲେ। ପୀଡିତର ନାଆଁ ଶିବମ୍। ଶିବମ୍ଙ୍କର ୭୦ ପ୍ରତିଶ୍ରତ ଅଙ୍ଗ ଜଳିଯାଇଥିବା ବେଳେ ଦାଦା ପୁଅ ଭାଇ ଅର୍ଜୁନଙ୍କର ୨୦ ପ୍ରତିଶତ ଅଙ୍ଗ ଜଳିଯାଇଥିଲା। ଅନ୍ୟଯାତ୍ରୀ ଜଣକ ମାମୁଲି ଭାବେ ଆହତ ହୋଇଛନ୍ତି। ଏହି ଘଟଣା ରବିବାର ରାତି ନଅଟା ବେଳେ ଘଟିଛି। ଅର୍ଜୁନ(୨୪)ଙ୍କ କହିବା ଅନୁଯାୟୀ ଶିବମ୍ କୋଲକାତାରେ ରହୁଥିବା ଜଣେ ମହିଳାଙ୍କ ସହ କଥା ହେଉଥିଲେ। ସେହି ସମୟରେ ଉତକ୍ଷିପ୍ତ ହୋଇ ଶିବମ୍ ହଠାତ୍ ନିଜ ଦେହରେ ପେଟ୍ରୋଲ ଢାଳି ଲାଇଟ୍ରରେ ନିଆଁ ଲଗାଇଥିଲେ। ଏହାପରେ ଅଟୋଚାଳକ ନିଜର ଅଟୋକୁ ବନ୍ଦ କରିଦେଇଥିଲେ ଓ ପୁଲିସ୍କୁ ସୂଚନା ଦେଇଥିଲା।
ପ୍ରେମିକାଙ୍କ ସହିତ ଝଗଡ଼ା ହେବା ଯୋଗୁଁ ନିଜ ଦେହରେ ନିଆଁ ଲଗାଇଲେ ଯୁବକ
/sambad/media/post_attachments/wp-content/uploads/2019/02/Lovers-Burns-Himself_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)