ଦେହରେ ନିଅାଁ ଲଗାଇ ବିଜେପିର ସାବରିମାଲା ପ୍ରତିବାଦସ୍ଥଳକୁ ଧାଇଁଗଲେ ୪୯ ବର୍ଷିୟ ବ୍ୟକ୍ତି

ତିରୁବନନ୍ତପୁରମ: ଗୁରୁବାର ପ୍ରତ୍ୟୁଷରେ ନିଜ ଦେହରେ ନିଅାଁ ଲଗାଇ ଜଣେ ୪୯ ବର୍ଷିୟ ବ୍ୟକ୍ତି ତିରୁବନନ୍ତପୁରମ ଠାରେ କେରଳ ସରକାର ଗ୍ରହଣ କରିଥିବା ସାବରିମାଲା ବିରୋଧୀ ମତ ବିରୋଧରେ ବିଜେପି ନେତା ସିକେ ପଦ୍ମନାଭନଙ୍କ ପ୍ରତିବାଦ ଧାରଣାସ୍ଥଳୀକୁ ଦୌଡ଼ି ଯାଇଥିଲେ।
ପରେ ମୁତ୍ତଦାର ବାସିନ୍ଦା ବୋଲି ଜଣାପଡ଼ିଥିବା ବେଣୁଗୋପାଳ ନାୟର୍‌ ନାମକ ସେ ବ୍ୟକ୍ତିଙ୍କ ଶରୀର ୬୦% ପୋଡ଼ିଯାଇଛି। ତାଙ୍କୁ ତିରୁବନନ୍ତପୁରମସ୍ଥିତ ସରକାରୀ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ନଆଯାଇଥିଲା।

ରାଜ୍ୟ ସଚିବାଳୟ ବାହାରେ ଘଟନାଟି ପାହାନ୍ତା ୩ଟା ସମୟରେ ଘଟିଥିବା କଥା ପୁଲିସ କହିଛି। ପେଟ୍ରୋଲ୍‌ ଢାଳି ହୋଇ ସେ ନିଜ ଦେହରେ ନିଅାଁ ଲଗାଇବା ପରେ ପ୍ରତିବାଦସ୍ଥଳୀକୁ ଧାଇଁ ଯାଇଥିଲେ। ଅଗ୍ନିଶିଖା ମଧ୍ୟରେ ସେ ‘ସ୍ୱାମୀ ସରଣମ୍‌’ ସ୍ତୋସ୍ତ୍ର କହୁଥିବା ଶୁଭୁଥିଲା।

ଭାରତୀୟ ଜନତା ପାର୍ଟିର କର୍ମୀ ଓ ପୁଲିସ ତୁରନ୍ତ ନିଅାଁ ଲିଭାଇ ଦେଇ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ତାଙ୍କର ଅବସ୍ଥା ସଂକଟାପନ୍ନ ରହିଛି ବୋଲି ଡାକ୍ତରମାନେ କହିଛନ୍ତି।

ନାୟର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଜଣେ ସମର୍ଥକ। ତାଙ୍କ ଆତ୍ମୀୟମାନେ କହୁଛନ୍ତି ଯେ ସାବରିମାଲା ମନ୍ଦିର ପରିସ୍ଥିତି ଯୋଗୁଁ ବିବ୍ରତ ହୋଇ ପଡ଼ିଥିଲେ।

ସମ୍ବନ୍ଧିତ ଖବର