ଫରିଦାବାଦ୍‌ ଡାକ୍ତରଖାନାରୁ ସାମ୍ନାକୁ ଆସିଲା ଅଜବ ଦୃଶ୍ୟ, ତକିଆ ନଥିବାରୁ ଯୁବକଙ୍କ ଦୁଇ କଟା ଗୋଡ଼କୁ କରିଦେଲେ ତକିଆ

ନୂଆଦିଲ୍ଲୀ : ହରିୟାଣାର ଫରିଦାବାଦ୍‌ରେ ଥିବା ବି.କେ ଡାକ୍ତରଖାନାରେ ଏକ ଅମାନବୀୟ ଘଟଣା ଘଟିଛି । ଟ୍ରେନ୍‌ ଦୁର୍ଘଟଣାର ଶିକାର ହେବା ପରେ ଜଣେ ଯୁବକଙ୍କ ଦୁଇଟି ଗୋଡ଼ କଟି ଯାଇଥିଲା । ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ଯୁବକଙ୍କ ଦୁଇ ଗୋଡ଼କୁ ତାଙ୍କ ମୁଣ୍ଡ ତଳେ ତକିଆ କରି ରଖି ଦେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଦୁର୍ଘଟଣାର ଯାଞ୍ଚ କରୁଥିବା ଆଇଓ ଏ ବିଷୟରେ କିଛି ଜାଣି ନଥିବା କହିଛନ୍ତି ।

oneindia.com

ସୂଚନା ମୁତାବକ, ଗତ ଗୁରୁବାର ପ୍ରଦୀପ ଫ୍ଲାଏଓଭରରୁ ତଳକୁ ଓହ୍ଲାଉଥିବା ବେଳେ ଖସି ପଡ଼ି ଟ୍ରେନ ଚକା ତଳକୁ ଆସି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ ତୁରନ୍ତ ପ୍ରଦୀପଙ୍କୁ ବି.କେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ପହଞ୍ଚି ପ୍ରଦୀପଙ୍କୁ ଷ୍ଟ୍ରେଚରରେ ରଖି ଦିଆଯିବା ପରେ ତାଙ୍କ ଦୁଇଟି ଗୋଡ଼କୁ ତାଙ୍କ ମୁଣ୍ଡ ତଳେ ରଖି ଦିଆଯାଇଥିଲା । ତେବେ ବି.କେ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ ତୁରନ୍ତ ଦିଲ୍ଲୀର ଟ୍ରମା ସେଣ୍ଟରକୁ ପଠାଇ ଦିଆଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର