କରଓ୍ଵାର: ପତ୍ନୀଙ୍କର ମୃତ୍ୟୁ ଘଟିଲା। ପତ୍ନୀଙ୍କ ମୃତୁ ଘଟିବାର ୭ ଦିନ ପର୍ଯ୍ୟନ୍ତ ତାଙ୍କ ମୃତଦେହ ପାଖରେ ବସି ରହିଥଲେ ସ୍ୱାମୀ। ବ୍ରେନ ଷ୍ଟ୍ରୋକ୍ ଯୋଗୁଁ ନା ସେ ଚାଲିିବୁଲି ପାରୁ ଥିଲେ ନାଁ କଥା କହି ପାରୁଥିଲେ। ସେହିଭଳି ପତ୍ନଙ୍କ ମୃତଦେହ ପାଖରେ କେବଳ ବସି ରହିଥିଲେ। ୭ ଦିନ ପରେ ତାଙ୍କର ଜଣେ ସମ୍ପର୍କୀୟ ଆସି ଏହି ଘଟଣା ଦେଖିବା ପରେ କଥା ପଦାକୁ ଆସିଛି।
କରଓ୍ଵାର ସହରର ଆନନ୍ଦ କୋଲକର (୬୦ ବର୍ଷ) ଓ ଗିରିଜା କୋଲକର(୫୫ ବର୍ଷ) । ସେମାନଙ୍କର କେହି ସନ୍ତାନ ସନ୍ତତି ନ ଥିଲେ। ସେମାନେ କରଓ୍ଵାର ସହରର କେଏଚବି କଲୋନିରେ ରୁହନ୍ତି। ସେମାନଙ୍କର କୌଣସି ସନ୍ତାନସନ୍ତତି ନ ଥିଲେ।ିମାତ୍ର ଗତ କିଛି ଦିନ ତଳେ ଆନନ୍ଦ ବେନ୍ ଷ୍ଟ୍ରୋକ୍ର ଶିକାର ହୋଇ ଚଳତ୍ଶକ୍ତି ସହିତ ବାକ୍ ଶକ୍ତି ମଧ୍ୟ ହରାଇଥିଲେ। ତେଣୁ ଗିରିଜା କେତେଜଣଙ୍କ ଘରେ ଘରୋଇ ସହାୟିିକା ଭାବେ କାଯ୍ୟ କରି ଗୁଜୁରାଣ ମେଣ୍ଟାଉଥିଲେ।
ପୁଲିସ ସୂତରୁ ପ୍ରକାଶ ଯେ ନାଗେରାରେ ରହୁଥିବା ଗିରିଜାଙ୍କ ଭାଇ ସୁବ୍ରମଣ୍ୟ ଗତ ଏକ ସପ୍ତାହ ଧରି ତାଙ୍କ ଭଉଣୀ ଠାରୁ କୌଣସି ଫୋନ ନ ପାଇବାରୁ ଓ ସେ ଫୋନ କଲେ ମଧ୍ୟ ଭଉଣୀ ଫୋନ ନ ଉଠାଇବାରୁ ତାଙ୍କର ସନ୍ଦେହ ହୋଇଥିିଲା। କଣ ହୋଇଛି ଜାଣିବା ପାଇଁ ଆସି ସେ ଘରର କବାଟ ବାଡେଇଥିଲେ। ମାତ୍ର ଭିତରପଟୁ ଦିଆଯାଇଥିବା କବାଟ କେହି ଖୋଲି ନଥିଲେ। ପରେ ସୁବ୍ରମଣ୍ୟ ଘରର ଆଜବେଷ୍ଟସ ଖୋଲି ଦେଖିଥିଲେ ଯେ ଘରର ଏକ ଚେୟାର ଉପରେ ଗିରିଜା ବସିଛନ୍ତି ଓ ତାଙ୍କ ପାଖରେ ଆନନ୍ଦ ମଧ୍ୟ ବସିଛନ୍ତି। ଉଭୟଙ୍କର ଚଳତଶକ୍ତିହୀନ। ଏ ନେଇ ସୁବ୍ରମଣ୍ୟ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘର କବାଟ ଭାଙ୍ଗି ଭିତରୁ ଗିରିଜାଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହିତ ଆନନ୍ଦଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ ସନ୍ଦେହ କରୁଛି ସମ୍ଭବତଃ ଗିରିଜା ୭ ଦିନ ଆଗରୁ ମୃତ୍ୟୁ ବରଣ କରିଛନ୍ତି। ଆଉ ଖାଦ୍ୟପାନୀୟ ନ ପାଇ ଆନନ୍ଦ ମଧ୍ୟ ମୃତବତ୍ ପତ୍ନୀଙ୍କ ମୃତଦେହ ପାଖରେ ବସି ରହିଥିଲେ।
ବନ୍ଦ ଘର ଭିତରେ ୭ ଦିନ ଧରି ପତ୍ନୀଙ୍କ ମୃତଦେହ ପାଖରେ ବସିରହିଥିଲେ ସ୍ୱାମୀ
/sambad/media/post_attachments/wp-content/uploads/2018/07/Deadbody_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)