ନୂଆଦିଲ୍ଲୀ : ଚୀନ୍ରେ ଯୁବକଙ୍କ ଏକ ଅଜବ ଅଭ୍ୟାସ ଥିବା କଥା ସାମ୍ନାକୁ ଆସିଛି । ପ୍ରତିଦିନ ସେ ପିନ୍ଧୁଥିବା ମୋଜାକୁ ଶୁଙ୍ଘୁଥିବା ବେଳେ ଏବେ ତାଙ୍କୁ ଗମ୍ଭୀର ଶରୀରିକ ସମସ୍ୟା ହୋଇଥିବା ଜଣାପଡ଼ିଛି । ମୋଜାର ଗନ୍ଧ ପାଇଁ ଯୁବକ ଏବେ ଫୁସ୍ଫୁସ୍ ସଂକ୍ରମଣର ଶିକାର ହୋଇଛନ୍ତି ।
/sambad/media/post_attachments/wp-content/uploads/2018/12/socks-1-620x400-300x194.jpg)
ସୂଚନା ମୁତାବକ, ଚୀନ୍ରେ ରହୁଥିବା ଏହି ଯୁବକ ପ୍ରତିଦିନ କାମରୁ ଫେରି ନିଜ ପୋଷାକ କାଢ଼ିବା ପରେ ପିନ୍ଧିଥିବା ମୋଜାକୁ ଶୁଙ୍ଘିଥାନ୍ତି । ଅନେକ ବର୍ଷ ପର୍ଯ୍ୟନ୍ତ ଯୁବକଜଣଙ୍କ ଅଫିସରୁ ଫେରିବା ପରେ ଏହି କାମ ଆଗ କରୁଥିଲେ । ଯୁବକଙ୍କ ଶରୀରରୁ ଅଧିକ ଝାଳ ବାହାରୁଥିବାରୁ ସେ ପିନ୍ଧୁଥିବା ମୋଜାରେ ଫଙ୍ଗସ ଲାଗି ଯାଇଥିଲା । ଯାହାଦ୍ୱାରା ସେ ସେହି ମୋଜାକୁ ଶୁଙ୍ଘିବା ଦ୍ୱାରା ନାକ ଦେଇ ସେହି ଫଙ୍ଗସ୍ ପେଟ ଭିତରକୁ ଯାଇଥିଲା । ଯାହା ପାଇଁ ଏବେ ତାଙ୍କ ଫୁସ୍ଫୁସ୍ ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ବାରମ୍ବାର ଦେହ ଖରାପ ହେବାରୁ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏକ୍ସ ରେ କରାଯିବା ପରେ ଯୁବକଙ୍କ ଶାରୀରିକ ସମସ୍ୟା ସାମ୍ନାକୁ ଆସିଥିଲା ।