ସିଟଲ: ସାଧାରଣତଃ କାର, ମୋଟର ସାଇକେଲ, ଟ୍ରକ, ବସ ଚୋରି କଥା ଶୁଣାଯାଇଥାଏ। ମାତ୍ର ଆମେରିକାର ଜଣେ ଯୁବକ ଏକ ବିମାନ ଚୋରି କରି ନେବା ପରି ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି। ସିଟଲର ସାଲକମା ଆର୍ନ୍ତଜାତିକ ବିମାନବନ୍ଦରରେ ଶନିବାର ଏକ ଅଭାବନୀୟ ଘଟଣା ଦେଖାଦେଇଛି। ଦେଖଣାହାରୀମନଙ୍କ ସୂତ୍ରରୁ ପ୍ରକାଶ ଯେ ବିମାନବନ୍ଦରରୁ ହରିଜନ କ୍ୟୁ ୪୦୦ ବିମାନଟି ଉଡ଼ାଣ ଭରିବାର କେତେ ସେକେଣ୍ଡ ମଧ୍ୟରେ ତାକୁ ଆମେରିକା ବାୟୁସେନାର ଦୁଇଟି ଲଢ଼ୁଆ ଏଫ -୧୫ ବିମାନ ପିଛା କରିଛନ୍ତି। ମାତ୍ର ବାସ୍ତବତା ହେଉଛି ଏହି ବିମାନବନ୍ଦରରେ କାର୍ଯ୍ୟ କରୁଥିବା ଜଣେ ମେକାନିକ ବିମାନବନ୍ଦରର ହ୍ୟାଙ୍ଗରରେ ରଖା ଯାଇଥିବା ଆଲସ୍କା ଏୟାରଲାଇନ୍ସର ଏକ ବିମାନକୁ ଚୋରି କରି ନେଇ ପଳାଉଥିବା ବେଳେ ତାକୁ ବାୟୁ ସେନା ବିମାନ ପିଛା କରିବାରୁ ବ୍ୟକ୍ତିଜଣକ ବିମାନକୁ ଅବତରଣ କରୁଥିିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ସମ୍ପର୍କରେ ଓ୍ଵାସିଙ୍ଗଟନ୍ର ଆଲସ୍କା ଏୟାର ଲାଇନ୍ସ ପକ୍ଷରୁ ସ୍ୱୀକାର କରାଯାଇଛି।
/sambad/media/post_attachments/wp-content/uploads/2018/08/Stolen-Plane_2-300x154.jpg)
ଆଲସ୍କା ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ବିମାନଟି ହେଉଛି ହରିଜନ କ୍ୟୁ ୪୦୦ ବିମାନ ଓ ଏଥିରେ କୌଣସି ଯାତ୍ରୀ ନ ଥିଲେ। ତେବେ ଶନିବାର ଦିନ ଜଣେ ୨୯ ବର୍ଷୀୟ ଯୁବକ ଯିଏ ଏହି ବିମାନବନ୍ଦରରେ ଜଣେ ମେକାନିକ ଭାବେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି ସେ ବିମାନଙ୍କୁ ନିଜ ଇଛାରେ ଉଡ଼ାଣ ଭରିଥିଲେ। ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ କିମ୍ବା ଏୟାର ଟ୍ରାଫିକ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନ ଥିଲା।ତେବେ ଏହା ପଛରେ କୌଣସି ଆତଙ୍କବାଦୀ ସମ୍ପୃକ୍ତି ନେଇ କୌଣସି ତଥ୍ୟ ମିଳିନାହିଁ।ତେବେ କୁହାଯାଇଛି ଯେ ଏହି ୨୯ ବର୍ଷୀୟ ବିମାନ ଚୋର ଜଣକ ବିମାନକୁ ଉଡ଼ାଇବା ସହିତ ଏଥିରେ ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ଉଡାଣ ଦକ୍ଷତା ନ ଥିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଥିବା ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/Stolen-Plane_Thumbnail.jpg)