ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ ଚଳାଉଥିବା ପୁଲିସକୁ ଅଟକାଇ ଜେଲ୍‌ ଗଲେ ଯୁବକ ଓ ଦୁଇ ବାଟୋଇ

ମୁମ୍ବାଇ: ଖେର୍‌ଓ୍ଵାଡ଼ି ଠାରେ ହେଲ୍‌ମେଟ୍‌ ନ ପିନ୍ଧି ମଟରସାଇକେଲ୍‌ ଚଢ଼ି ଯାଉଥିବା ଜଣେ କନେଷ୍ଟବଳଙ୍କୁ ଅଟକାଇ ଜଣେ ସ୍ଥାନୀୟ ଯୁବକ ଏବଂ ଦୁଇଜଣ ପଥଚାରୀ ଥାନା ହାଜତକୁ ଯାଇଥିଲେ।

ପ୍ରଥମେ ତିନି ଜଣଙ୍କୁ ରିମାଣ୍ଡ୍‌ରେ ଦୁଇ ଦିନ ସକାଶ ଥାନା ହାଜତକୁ ଓ ପରେ ୧୪ ଦିନ ସକାଶ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ହେଲ୍‌ମେଟ୍‌ ନ ପିନ୍ଧି ଥିବାରୁ ଉକ୍ତ କନେଷ୍ଟବଳଙ୍କୁ ମଧ୍ୟ ୫୦୦ ଟଙ୍କାର ଟ୍ରାଫିକ୍‌ ଟିକିଟ୍‌ ମିଳିଛି। ଗତ ରବିବାର ସନ୍ଧ୍ୟାରେ ଘଟିଥିବା ଘଟନାର ଭିଡିଓ ହ୍ଵାଟ୍‌ସ୍‌ଆପ୍‌ରେ ଭାଇରାଲ୍‌ ହୋଇଛି।

ସ୍ଥାନୀୟ ବାସିନ୍ଦା ଅଶୋକ ଗାଓ୍ଵାସ୍‌ ଉତ୍ତୋଳନ କରିଥିବା ଭିଡିଓରେ ଦେଖାଯାଉଛି ପବନ ସାୟାଦ୍‌ନି ହେଲ୍‌ମେଟ୍‌ ନ ପିନ୍ଧି ବାଇକ୍‌ ଚଢୁଥିବା କନେଷ୍ଟବଳ ପାଣ୍ଡ୍ରିନାଥ ରାମୁଙ୍କୁ ଅଟକାଉ ଥିବା ବେଳେ ବିଶ୍ୱାସ ସତୁ ଶିରୋଦକର୍‌ ଚୁପ୍‌ଚାପ୍‌ ଦେଖୁଛନ୍ତି।

ରାଗରେ ପବନ ମଟରସାଇକେଲ୍‌ର ଚାବି ଟାଣି ଆଣି କହୁଛନ୍ତି କି, ରାମୁ ହେଲ୍‌ମେଟ୍‌ ପିନ୍ଧି ନ ଥିବାରୁ ସେ ଚାବି ଫେରାଇବେ ନାହିଁ। ରମୁ ପବନଙ୍କୁ ବୁଝାଇବାକୁ ଚେଷ୍ଟା କରି ଫାଣ୍ଡିକୁ ଯିବା ଲାଗି କହୁଛନ୍ତି କିନ୍ତୁ, ସେ ପାଟି କରି କହୁଛନ୍ତି, ତୁମ ହେଲ୍‌ମେଟ୍‌ କାହିଁ? ଅନ୍ୟ ଜଣେ ବାଟୋଇ ତାଙ୍କୁ ବୁଝାଶୁଝା କରୁଥିବା ବେଳେ ସେ ପୁଣି କହୁଛନ୍ତି: ମତେ ୧୦୦୦ ଟଙ୍କା ଜରିମାନା ଗଣିବାକୁ ପଡ଼ିଥିଲା।

ରମୁଙ୍କର ଜଣେ ପରିଚିତ ବ୍ୟକ୍ତି ହେଲ୍‌ମେଟ୍‌ଟିଏ ଦେବାରୁ ଯାଇ ଡ୍ରାମାର ଅବସାନ ଘଟିଥିଲା। ତା’ ସହିତ କାହିଁକି ଲଗାଇଛି ବୋଲି ରମୁ ପଚାରିବାରୁ ପବନ କହିଲେ କି, ଏଇଟା ଆଇନ୍‌ର ହାତ। ଆଇନ୍‌ ନ ମାନୁ ଥିବାରୁ ପରେ ସେ କନେଷ୍ଟବଳଙ୍କୁ ଗାଳିଫଜିତ କରିଥିଲେ। ରମୁ ହେଲ୍‌ମେଟ୍‌ ପିନ୍ଧି ବାଇକ୍‌ରେ ବସିବା ପରେ ଯାଇ ପବନ ତାଙ୍କୁ ଚାବି ଫେରାଇ ଥିଲେ।

ସେଠୁ ଯିବା ପରେ ରମୁ ଯାଇ ପବନ, ଗବାସ ଓ ଶିରୋଦକରଙ୍କ ନାମରେ ଆଇପିସି ଧାରା ୩୫୩ ଏବଂ ୩୪୧ରେ ମାମଲା ରୁଜୁ କରିଥିଲେ।
ନିର୍ମଳ ନଗର ଥାନାର ବରିଷ୍ଠ ଇନ୍‌ସ୍‌ପେକ୍ଟର୍‌ ସୁଭାଷ ଯାଦବ କହନ୍ତି: ସେମାନେ ମଦ୍ୟପାନ କରିଥିବା ତଦନ୍ତରୁ ଜଣପଡ଼ିଛି।

ସମ୍ବନ୍ଧିତ ଖବର