ଷ୍ଟ୍ରେଚର ନ ମିଳିବାରୁ ନିଜ ମା’କୁ କୋଳରେ ଧରି ଗୋଟିଏ ଓ୍ଵାର୍ଡ଼ରୁ ଅନ୍ୟ ଓ୍ଵାର୍ଡ଼କୁ ଯାଇ ଚିକିତ୍ସା ପାଇଁ ଅନୁରୋଧ କଲା ପୁଅ

କାନପୁର : ଉତ୍ତରପ୍ରଦେଶର କାନପୁରରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛିି । ମା’ର ଦେହ ଖରାପ ହେବାରୁ ପୁଅ ଚିକିତ୍ସା ପାଇଁ ମା’କୁ ନେଇ ଡ଼ାକ୍ତରଖାନାରେ ପହଞ୍ଚିଥିଲା । ମା’କୁ କୋଳରେ ଧରି ଗୋଟେ ଓ୍ଵାର୍ଡ଼ରୁ ଅନ୍ୟ ଓ୍ଵାର୍ଡ଼କୁ ଯାଇ ଚିକିତ୍ସା ପାଇଁ ବିନତି କରିଥିଲେ ମଧ୍ୟ ପୁଅ ମା’ର ଚିକିତ୍ସା କରାଇ ପାରି ନ ଥିଲା । ମା’କୁ ଓ୍ଵାର୍ଡ଼କୁ ନେବା ପାଇଁ ଷ୍ଟ୍ରେଚର ମାଗିବା ପରେ ନାହିଁ ବୋଲି କହି ଚାଲି ଯାଇଥିଲେ ଡ଼ାକ୍ତରଖାନାର କର୍ମଚାରୀ । ଯାହା ପରେ ବାଧ୍ୟ ହୋଇ ପୁଅ ନିଜ କୋଳରେ ମା’କୁ ଧରି ଚିକିତ୍ସା ପାଇଁ ବିନତି କରିବାକୁ ଲାଗିଥିଲେ ।

ଏହା ପ୍ରଥମ ଘଟଣା ନୁହେଁ । ରୋଗୀମାନଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଡ଼ାକ୍ତରଖାନାରେ କରାଯାଉଥିବା ବ୍ୟବହାରର ଅନେକ ଚିତ୍ର ସାମ୍ନାକୁ ଆସି ସାରିଛି । ଶବକୁ ଘରକୁ ଆଣିବା ପାଇଁ ଆମ୍ବୁଲାନ୍ସ ନ ମିଳିବା ବା ରୋଗୀଙ୍କୁ ଭର୍ତ୍ତି କରାଇବା ପାଇଁ ବେଡ଼୍‍ ନ ମିଳିବା ଭଳି ଘଟଣା ଅନେକ ସାମ୍ନାକୁ ଆସି ସାରିଛି ।

ସମ୍ବନ୍ଧିତ ଖବର