ନୂଆଦିଲ୍ଲୀ : ବଜାରରେ ବିଭିନ୍ନ ପ୍ରକାରର ଏନର୍ଜି ଡ଼୍ରିଙ୍କ ମିଳୁଛିି ଯାହାକୁ ନିତିଦିନିଆ ଜୀବନରେ ଲୋକମାନେ ପିଇଥାନ୍ତି । ଏହା ଶରୀରକୁ ଶକ୍ତି ଦେବା ସହ ସତେଜ ମଧ୍ୟ ରଖିଥାଏ ବୋଲି ବିଭିନ୍ନ କମ୍ପାନିମାନେ ଦାବି କରିଥାନ୍ତି । କିନ୍ତୁ ଏହାର କୁପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ିଥାଏ ବୋଲି ଏକ ଉଦାହରଣ ଦେଖିବାକୁ ମିଳିଛି । ୟୁକେରେ ଜଣେ ୫୬ବର୍ଷିୟ ବ୍ୟକ୍ତି ୬ଘଣ୍ଟା ମଧ୍ୟରେ ୨୫ଟି ଏନର୍ଜି ଡ଼୍ରିଙ୍କ୍ ପିିଇ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ଜଣାପଡ଼ିଛି ।
ପଶ୍ଚିମ ୟାର୍କଶାୟରରେ ରହୁଥିବା ନିକ୍ ମିସେଲ ଏକ କ୍ଲବ୍କୁ ଯାଇଥିବା ବେଳେ ସେଠି ସେ ରେଡ଼୍ ବୁଲ୍ ଏବଂ ମନ୍ଷ୍ଟର ବ୍ରାଣ୍ଡର ୨୫ଟି କେନ୍ ଏନର୍ଜି ଡ୍ରିଙ୍କ ପିଇ ଦେଇଥିଲେ । ୬ ଘଣ୍ଟା ମଧ୍ୟରେ ୨୫ଟି କେନ୍ ପିଇ ସାରି ଘରକୁ ଫେରିବା ପରେ ତାଙ୍କ ମୁଣ୍ଡରେ ଗଭୀର ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କୁ ହସ୍ପିଟାଲକୁ ନିଆ ଯାଇଥିଲା । ଏନର୍ଜି ଡ଼୍ରିଙ୍କ ପିଇ ଏପରି ହୋଇଛି ବୋଲି ଡ଼ାକ୍ତର ସ୍ପଷ୍ଟ କରିଥିଲେ । ସେହି ସପ୍ତାହ ମଧ୍ୟରେ ତିନୋଟି ମିନି ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ ନିକ୍ । ଏହି ଡ଼୍ରିଙ୍କ ମୋତେ ମୃତ୍ୟୁ ପାଖାପାଖି ନେଇ ଯାଇଥିଲା । ଏପରି ଡ଼୍ରିଙ୍କ ବଜାରକୁ ଆସିବା କ୍ଷତିକାରକ । ଏହା ଡ଼୍ରଗ୍ସଠାରୁ ମଧ୍ୟ ଅତ୍ୟନ୍ତ ଭୟଙ୍କର ।
/sambad/media/post_attachments/wp-content/uploads/2018/02/images-1-1-300x158.jpg)
ବଜାରରେ ଏହାର ବିକ୍ରି ବନ୍ଦ ହେବା ଦରକାର ବୋଲି ନିକ୍ କହିଛନ୍ତି । ଏହି ଘଟଣା ପରେ ସେ ଠିକ୍ ସେ କଥା କହି ପାରୁ ନ ଥିବା ବେଳେ ଶବ୍ଦର ଉଚ୍ଚାରଣ ମଧ୍ୟ ଠିକ୍ ଭାବରେ କରି ପାରୁ ନଥିବା ଜଣା ପଡ଼ିଛି । ଏହି ଘଟଣାଟି ୮ବର୍ଷ ତଳେ ଘଟିଥିଲେ ମଧ୍ୟ ଯୁବପିଢ଼ିଙ୍କୁ ସଚେତନ କରାଇବା ପାଇଁ ସେ ନିଜର କାହାଣୀ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।