ପ୍ରେମିକା ସହ ପ୍ରଥମ ଡେଟ୍‌ରେ ଯାଇଥିବା ବେଳେ ହୃଦ୍‌ଘାତ ଶିକାର ହେଲା ପ୍ରେମିକ,ଏଭଳି ଭାବରେ ଜୀବନ ବଞ୍ଚାଇଲା ପ୍ରେମିକା,ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ : ସମସ୍ତଙ୍କ ଜୀବନରେ ପ୍ରେମର ଅନୁଭବ ନିଆରା ହୋଇଥାଏ । ସମସ୍ତେ ନିଜ ନିଜର ପ୍ରେମିକା ବା ପ୍ରେମିକ ସହ ପ୍ରଥମ ଡ଼େଟ୍‌କୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ଠିକ୍‌ ସେଭଳି ନିଜ ଡ଼େଟ୍‌କୁ ସ୍ମରଣୀୟ କରିବା ପାଇଁ ମ୍ୟାକ୍ସ ନିଜ ପ୍ରେମିକା ଏଣ୍ଡିଙ୍କୁ ନେଇ ଘର ପାଖରେ ଥିବା ବେଳାଭୂମିକୁ ନେଇ ଯାଇଥିଲେ । କିନ୍ତୁ ତାଙ୍କୁ ଜଣା ନ ଥିଲା ଏଣ୍ଡିଙ୍କ ସହ ତାଙ୍କର ପ୍ରଥମ ଡେଟ୍‌ ଏତେ ସ୍ମରଣୀୟ ହେବ ।

oneindia.com

ସୂଚନା ମୁତାବକ, ୫୬ ବର୍ଷିୟ ମ୍ୟାକ୍ସ ୪୫ ବର୍ଷିୟ ଡ଼ାକ୍ତର ଏଣ୍ଡିଙ୍କୁ ନେଇ ଘର ପାଖରେ ଥିବା ସମୁଦ୍ରକୁ ଯାଇଥିଲେ । ସେଠାରେ ସେମାନେ ସର୍ଫିଙ୍ଗ କରି ଫେରୁଥିବା ସମୟରେ ମ୍ୟାକ୍ସ ହଠାତ୍‌ ତଳେ ପଡ଼ିଯିବା ସହ ପାଟି କରିବାକୁ ଲାଗିଥିଲେ । ମ୍ୟାକ୍ସଙ୍କ ଅବସ୍ଥା ଦେଖି ସେ ହୃଦ୍‌ଘାତର ଶିକାର ହୋଇଛନ୍ତି ବୋଲି ଏଣ୍ଡି ଜାଣିଯିବା ସହ ତୁରନ୍ତ ତାଙ୍କୁ ଚୁମ୍ବନ ମାଧ୍ୟମରେ ଅମ୍ଲଜାନ ଦେବା ଆରମ୍ଭ କରିଥିଲେ । ଯାହା ଦ୍ୱାରା ତାଙ୍କର ଜୀବନ ବଞ୍ଚି ପାରିଥିଲା । କିଛି ସମୟ ପରେ ସେଠାରେ ମେଡିକାଲ ଟିମ୍‌ ପହଞ୍ଚି ମ୍ୟାକ୍ସଙ୍କୁ ଡ଼ାକ୍ତରଖାନା ନେଇ ପହଞ୍ଚିଥିଲେ । ଏବେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର