ମୁଣ୍ଡ ବିନ୍ଧା ପରେ ବ୍ରେନ୍‌ ଟ୍ୟୁମର ହୋଇଥିବା କଥା କହିଲେ ଡାକ୍ତର, କିନ୍ତୁ ସର୍ଜରିର ଗୋଟିଏ ଦିନ ପୂର୍ବରୁ ହୋଇଥିଲା ଏଭଳି ଚମତ୍କାର; ଉଡ଼ିଗଲା ଡାକ୍ତରଙ୍କ ହୋସ୍‌

କାଲିଫର୍ଣ୍ଣିଆ : ଆମେରିକାର ଜଣେ ଯୁବକ ଅନେକ ଦିନ ହେବ ମୁଣ୍ଡ ବିନ୍ଧା ସହ ମୁଣ୍ଡ ବୁଲାଇବା ସମସ୍ୟାର ଶିକାର ହୋଇଥିଲେ । ହଠାତ୍‌ ଅସହ୍ୟ ମୁଣ୍ଡ ବିନ୍ଧାର କାରଣ କ’ଣ ଜାଣି ପାରୁ ନ ଥିବାରୁ ଯୁବକଜଣକ ପରୀକ୍ଷା କରାଇବା ପାଇଁ ସ୍ଥିର କରିଥିଲେ । ଡ଼ାକ୍ତରଖାନା ଯିବା ପରେ ଡ଼ାକ୍ତର ତାଙ୍କୁ ସିଟି ସ୍କାନ୍‌ କରିବା ପାଇଁ କହିଥିଲେ । ପରୀକ୍ଷା ପରେ ଯୁବକ ବ୍ରେନ୍‌ ଟ୍ୟୁମରର ଶିକାର ହୋଇଥିବା କହିଥିଲେ ଡ଼ାକ୍ତର । ମସ୍ତିଷ୍କ ଭିତରେ ରକ୍ତସ୍ରାବ ହେଉଥିବା ଜାଣି ଡ଼ାକ୍ତର ତୁରନ୍ତ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଥିଲେ । ସର୍ଜରୀ କରିବାର ତାରିଖ ଧାର୍ଯ୍ୟ ହେବା ସହ ସବୁ ପ୍ରସ୍ତୁତି ମଧ୍ୟ ସରିଥିଲା । କିନ୍ତୁ ସର୍ଜରୀର ଗୋଟେ ଦିନ ପୂର୍ବରୁ ଆଉ ଥରେ ପରୀକ୍ଷା କରାଯିବା ପରେ ଯୁବକଙ୍କ ମସ୍ତିଷ୍କ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣା ପଡ଼ିଥିଲା । ଏପରି ଚମତ୍କାର ଦେଖି ଡ଼ାକ୍ତର ଏବଂ ଯୁବକ ଉଭୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ପୀଡ଼ିତ ପଲ୍‌ ଏହାକୁ ଭଗବାନଙ୍କ ଆଶୀର୍ବାଦ ବୋଲି କହୁଥିବା ବେଳେ ତାଙ୍କ ପରିବାର ଲୋକେ ଏବଂ ବନ୍ଧୁମାନଙ୍କ ପ୍ରାର୍ଥନା ପାଇଁ ଏଭଳି ଚମତ୍କାର ହୋଇଥିବା କହିଛନ୍ତି । ଅନ୍ୟ ପକ୍ଷରେ ଡ଼ାକ୍ତର ଏହାକୁ ନେଇ ଏବେ ତଦନ୍ତ କରିବା ଆରମ୍ଭ କରିଛନ୍ତି । ପୂର୍ବରୁ ଦେଖାଯାଉଥିବା ଧଳା ରଙ୍ଗର ପରଦା କୁଆଡ଼େ ଗାଏବ ହୋଇଗଲା ବୋଲି ଭାବି ଏବେ ଚିନ୍ତାରେ ଡାକ୍ତର । ଯେଉଁ କାରଣ ପାଇଁ ସେ ପଲ୍‌ଙ୍କୁ ନେଇ ଏକ ଗବେଷଣା କରିବେ ବୋଲି ଜଣା ପଡ଼ଥିବା ବେଳେ ଏ ନେଇ ସେ ପଲ୍‌ଙ୍କଠାରୁ ଅନୁମତି ମଧ୍ୟ ନେଇ ସାରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର