ନୂଆଦିଲ୍ଲୀ: କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନାକୁ ନେଇ ଏମ୍ସସ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିବା ଜଣେ ୩୭ବର୍ଷ ବୟସ୍କ ବ୍ୟକ୍ତି ଶନିବାର ରାତିରେ ଡାକ୍ତରଖାନାର ତୃତୀୟ ମହଲାରୁ ଡେଇଁ ପଡିଥିଲେ। ତେବେ ଆତ୍ମହତ୍ୟା ଉଦ୍ୟମ ପରେ ସେ ବଂଚି ଯାଇଥିବା ଜଣା ପଡିଛି | ଗୋଡ ଭାଙ୍ଗିଯାଇଥିଲେ ମଧ୍ୟ ରୋଗୀଙ୍କ ଜୀବନ ବଞ୍ଚିଯିବା ସହ ବର୍ତ୍ତମାନ ସୁଦ୍ଧା ତାଙ୍କ ଅବସ୍ଥା ସ୍ଥିର ରହିଛି। ତେବେ ଏପର୍ଯ୍ୟନ୍ତ ତାଙ୍କର ସ୍ୱାବ ନମୁନାର ରିପୋର୍ଟ ସାମ୍ନାକୁ ଆସିନାହିଁ |
ଏହି ବ୍ୟକ୍ତିଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ସମୟରେ ତାଙ୍କର ଏମ୍ସ ଜୟ ପ୍ରକାଶ ନାରାୟଣ ଆପେକ୍ସ ଟ୍ରମା ସେଣ୍ଟରରେ ଚିକିତ୍ସା ଚାଲିଥିଲା। ସେ ଦିଲ୍ଲୀର ଆଇପି ଇଷ୍ଟେଟ୍ ଅଞ୍ଚଳର ମାତା ସୁନ୍ଦରୀ ରୋଡର ବାସିନ୍ଦା ବୋଲି ଜଣାପଡିଥିବା ବେଳେ ମାର୍ଚ୍ଚ ୩୧ରେ ତାଙ୍କୁ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଶନିବାର ରାତିରେ ସେ ବିଲଡିଂରୁ ଡେଇଁ ତଳେ ଥିବା ଟିଣ ଛାତରେ ପଡ଼ିବା ପରେ ତଳେ ପଡ଼ିଯାଇଥିଲେ। ସିଧା ସଳଖ ଭାବରେ ସେ ତଳେ ନପଡିବାରୁ ତାଙ୍କର ଜୀବନ ବଂଚିଯାଇଥିବା ଡାକ୍ତର କହିଛନ୍ତି |
ସୂଚନା ମୁତାବକ, କରୋନାଭାଇରସ୍ ଭୟକୁ ନେଇ ଅନେକ ଲୋକ ସାରା ଦେଶରେ ଆତ୍ମହତ୍ୟା ଭଳି ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। ଏହାପୂର୍ବରୁ ଭାରତରେ ପହଞ୍ଚିବା ପରେ ସଫଦରଜଙ୍ଗ ହସ୍ପିଟାଲରେ ସଙ୍ଗରୋଧରେ ରହିଥିବା ଜଣେ ରୋଗୀ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେହି ଭଳି ଭାବରେ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ ହେବାର ଭୟରେ ଶୁକ୍ରବାର ଜଣେ ବୃଦ୍ଧ ଦମ୍ପତି ଅମୃତସରରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଣେ ସନ୍ଦିଗ୍ଧ କରୋନାଭାଇରସ୍ ରୋଗୀ କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର ଏକ ହସ୍ପିଟାଲର ସଙ୍ଗରୋଧ ୱାର୍ଡରେ ଆତ୍ମହତ୍ୟା କରିଥିଲେ। କିନ୍ତୁ ପରେ ତାଙ୍କର ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/AIIMS-Delhi-1.jpg)