ଟ୍ରେନ ଉପରେ ଠିଆ ହୋଇ ସେଲ୍‌ଫି ନେଉଥିଲେ, ବିଦ୍ୟୁତ୍‌ ତାରରେ ହାତ ଲାଗି ଜୀବନ ଚାଲିଗଲା

ମୁଜାଫରପୁର: ସେଲ୍‌ଫି ନିଶାରେ ନିଜର ଜୀବନ ହାରିଲେ ଯୁବକ । ଏକ ମାଲବାହୀ ଟ୍ରେନ ଉପରେ ଠିଆ ହୋଇ ସେଲ୍‌ଫି ନେଉଥିବା ବେଳେ ବିଦ୍ୟୁତ୍‌ ତାର ଲାଗି ଯିବାରୁ ଯୁବକ ପୋଡ଼ି ଯାଇ ମୃତ୍ୟୁମୁଖରେ ପଡ଼ିଥିବା ଜଣା ପଡ଼ିଛି । ଏହି ଘଟଣାଟି ବିହାରର ମୁଜାଫରପୁର ଜିଲ୍ଲାରେ ଘଟିଥିବା ସୂଚନା ମିଳିଛି ।
ସୂଚନା ଅନୂଯାୟୀ, ସିକନ୍ଦରପୁରରେ ରହୁଥିବା ରୋହନ କୁମାର ନାମକ ଜଣେ ଯୁବକ ସେଲ୍‌ଫି ନେବା ପାଇଁ ସନ୍ଧ୍ୟା ୬ଟା ସମୟରେ ସ୍ଥାନୀୟ ନାରୟଣପୁର ଅନନ୍ତ ରେଲେଓ୍ଵ ଷ୍ଟେସନରେ ପହଞ୍ଚିଥିଲେ । ରେଳ ଷ୍ଟେସନରେ ପହଞ୍ଚି ସେଠାରେ ଥିବା ଏକ ମାଲବାହୀ ଟ୍ରେନ ଉପରେ ସେଲ୍‌ଫି ନେବା ପାଇଁ ଚଢ଼ିଥିଲେ । ସେଲ୍‌ଫି ଷ୍ଟିକ୍‌ ସାହାଯ୍ୟରେ ସେଲ୍‌ଫି ନେବା ପାଇଁ ହାତ ଉପରକୁ କରିବା ବେଳେ ପାଖରେ ଥିବା ୩୦,୦୦୦ ଭୋଲ୍ଟ ବିଦ୍ୟୁତ୍‌ ତାରରେ ରୋହନଙ୍କ ହାତ ବାଜି ଯାଇଥିଲା । ବାଜିବାର କିଛି ସେକେଣ୍ଡ ମଧ୍ୟରେ ସେ ଜଳି ଯାଇଥିଲେ। ଏହାକୁ ଦେଖି ଭୟରେ ରୋହନଙ୍କ ସହ ଥିବା ସାଙ୍ଗ ତାଙ୍କୁ ସେଇଠି ଛାଡ଼ି ପଳାଇ ଆସିଥିଲେ ବୋଲି ମୁଜାଫରପୁରର ଷ୍ଟେସନ ହାଉସ ଅଫିସର ଅଛେ ଲାଲ ସିଂ ଯାଦବ କହିଛନ୍ତି ।

Times of India

ଏ ଘଟଣା ସଂପର୍କରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଯିବା ପରେ ପୁଲିସକୁ ସବିଶେଷ ବିବରଣୀ ମିଳିଥିଲା ।

ସମ୍ବନ୍ଧିତ ଖବର