ନୂଆଦିଲ୍ଲୀ: ପଞ୍ଜାବରେ ନୃଶଂସତାର ସୀମା ଟପିଛି ମଣିଷ । ୨୪ଘଣ୍ଟା ମଧ୍ୟରେ ପଞ୍ଜାବର ଦୁଇଟି ଧାର୍ମିକ ସ୍ଥଳରେ ୨ ଜଣ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ପ୍ରଥମେ ସ୍ୱର୍ଣ୍ଣ ମନ୍ଦିର ଓ ଏବେ କପୁରଥଲାରେ ଥିବା ନିଜାମପୁର ଗାଁର ଲୋକମାନେ ଆଜି ସକାଳେ ଗୁରୁଦ୍ୱାର ନିକଟରେ ଏକ ଯୁବକକୁ ଧରିଥିଲେ । ସେମାନେ ଅଭିଯୋଗ କରିଥିଲେ କି ଯୁବକଜଣଙ୍କ ସକାଳ ୪ଟାରେ ନିଶାନ ସାହିବ (ଶିଖ୍ ଧ୍ୱଜା)କୁ ଅସମ୍ମାନ କରୁଥିଲା ।
ଏନେଇ ସ୍ଥାନୀୟ ପୁଲିସ ସେଠାରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ହେପାଜତକୁ ନେଇଥିଲା । ହେଲେ ଶୀଖ୍ ସମୁହ ଦାବି କରିଥିଲେ ଯେ, ପୁଲିସ ସଂପୃକ୍ତ ଯୁବକଙ୍କୁ ସେମାନଙ୍କ ସାମ୍ନାରେ ପଚରାଉଚରା କରୁ । ଏନେଇ ପୁଲିସ ରାଜି ନହେବାରୁ ସ୍ଥାନୀୟ ଲୋକ ଓ ପୁଲିସଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ସୁଯୋଗରେ ସ୍ଥାନୀୟ ଲୋକମାନେ ସଂପୃକ୍ତ ଯୁବକଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି ।