ଭୋପାଳ ଏବଂ ଇନ୍ଦୋର ବିମାନବନ୍ଦରରୁ ବିମାନ ହାଇଜାକ କରି ପାକିସ୍ତାନ ନେଇଯିବ ବୋଲି କହିଥିବା ଅଭିଯୁକ୍ତ ଗିରଫ

ଭୋପାଳ: ବିମାନ ହାଇଜାକ କରିବାକୁ ଧମକ ଦେଇ ଗିରଫ ହେଲେ ଯୁବକ | ବିମାନବନ୍ଦରକୁ କଲ କରି ବିମାନ ହାଇଜାକ କରିବାର ଧମକ ଦେବା ସହ ବିମାନକୁ ପାକିସ୍ତାନ ନେଇଯିବି ବୋଲି କହିଥିଲେ | କଲ ପାଇବା ପରେ ପୁଲିସ କଲକୁ ଟ୍ରେସ କରି ଏବେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି |

ସୂଚନା ମୁତାବକ, ଭୋପାଳରେ ଥିବା ରାଜ ଭୋଜ ବିମାନବନ୍ଦରର ଅଧିକାରୀମାନଙ୍କ ପାଖକୁ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଏକ ଫୋନ୍‌ କଲ୍‌ ଆସିଥିଲା | କଲ କରି ଅଭିଯୁକ୍ତ ଭୋପାଳ ଏବଂ ଇନ୍ଦୋର ବିମାନବନ୍ଦରରୁ ବିମାନ ହାଇଜାକ କରି ପାକିସ୍ତାନ ନେଇଯିବ ବୋଲି କହିଥିଲା | ଏହି ଧମକ ପାଇ ବିମାନବନ୍ଦର ପକ୍ଷରୁ ଭୋପାଳର ଗାନ୍ଧିନଗର ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଅରୁଣ ଶର୍ମାଙ୍କୁ ଏନେଇ ଅଭିଯୋଗ କରାଯାଇଥିଲା |

Man threatens to hijack planes from Bhopal, Indore airports; detained
Free Press Journal

ଅଭିଯୋଗ ପାଇବା ପରେ ତଦନ୍ତ କରି ମଙ୍ଗଳବାର ରାତିରେ ପୁଲିସ ଅଭିଯୁକ୍ତକୁ ସୁଜାଲପୁର ସହରରୁ ଗିରଫ କରିଥିଲା | ଏବେ ଅଭିଯୁକ୍ତକୁ ପଚରାଉଚରା କରାଯାଉଥିବା ବେଳେ ଭୋପାଳ ଏବଂ ଇନ୍ଦୋର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି |

ସମ୍ବନ୍ଧିତ ଖବର