ଆଗ୍ରା: ସ୍ତ୍ରୀ ସଙ୍ଗେ ଝଗଡ଼ା କରି ୩୦ ଫୁଟ୍ ଉଚ୍ଚ ପୋଲରୁ କେନାଲ୍ ଭିତରକୁ ୪ଜଣ ସନ୍ତାନଙ୍କୁ ଫିଙ୍ଗି ଦେଇଥିବା ଜଣେ ୩୫ ବର୍ଷିୟ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ପୁଲିସ ଗିରଫ କରିଛି।
କିନ୍ତୁ, କେନାଲରେ ପଡ଼ିଥିବା ୪ଜଣ ପିଲାଙ୍କ ମଧ୍ୟରୁ ତାଙ୍କ ୧୨ ବର୍ଷୀୟ ଝିଅ ପ୍ରଭା ନିଜେ ପହଁରି ଆସିବା ସହିତ ତା’ର ଦୁଇଜଣ ଭାଇଭଉଣୀଙ୍କୁ ଉଦ୍ଧାର କରିଛି। ମାତ୍ର, ସେମାନଙ୍କର ଆଉ ଜଣେ ୫ ବର୍ଷୀୟ ଭଉଣୀ ପ୍ରବାହିତ କେନାଲ ପାଣିରେ ନିଖୋଜ ହୋଇଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତର ପ୍ରଦେଶର କାସଗଞ୍ଜ ଜିଲ୍ଲା ଅନ୍ତର୍ଗତ ସାହାୱାର ଥାନା ଅଧୀନ ଶେଖ୍ପୁର ହୁନ୍ଦାରେ ଉପରୋକ୍ତ ଘଟଣା ଘଟିଛି। ଘରୋଇ କଳି ପରେ ସୋମବାର ଦିନ ଅଭିଯୁକ୍ତ ପୁଷ୍ପେନ୍ଦ୍ର କୁମାର ସ୍ତ୍ରୀକୁ ନଇେ ନିଜ ଗାଁ ଠାରୁ ୧୫ କିଲୋମିଟର୍ ଦୂରରେ ଥିବା ଶଶୁର ଘରେ ଛାଡ଼ି ଦେଇ ଆସିଲେ।
ଶଶୁର ଘରୁ ଫେରି କୁମାର ପିଲାମାନଙ୍କୁ କହିଲେ କି, କିଛି ଦୂରରେ ଗୋଟାଏ ମନ୍ଦିର ପାଖରେ ହେଉଥିବା ମେଳାକୁ ସେମାନଙ୍କୁ ବୁଲାଇ ନେବ। ମେଳାକୁ ନେବା ବାଟରେ ପଡୁଥିବା ଗୋଟାଏ କେନାଲ୍ ପୋଲ ଉପରେ କୁମାର ଅଟକି ୪ ସନ୍ତାନ- ୧୩ ବର୍ଷିୟ ସୋନୁ, ୧୨ ବର୍ଷୀୟ ପ୍ରଭା, ୮ ବର୍ଷୀୟ କାଜଲ ଏବଂ ୫ ବର୍ଷୀୟ ହେମଲତାଙ୍କୁ ୧୫ ଫୁଟ୍ ଗଭୀର କେନାଲ୍ ଭିତରକୁ ଫିଙ୍ଗି ଦେଲେ।
Representative Image Courtesy of The Indian Expressପାଣିରେ ପଡ଼ିବା ପରେ ଉପସ୍ଥିତି ବୁଦ୍ଧି ଖଟାଇ ୧୨ ବର୍ଷୀୟ ପ୍ରଭା ସାନଭଉଣୀ କାଜଲ୍ର ହାତକୁ ଜାବୁଡ଼ି ଧରି ପହଁରି ପହଁରି କୂଳକୁ ଉଠି ଆସିଲା। କୂଳକୁ ଉଠି ଆସିବା ପରେ ବୁଡ଼ିଯାଉଥିବା ବଡ଼ଭାଇ ସୋନୁକୁ ପାଟି କରି କହିଲା କି, କିଛି ସହାୟତା ଆସିବା ପର୍ଯ୍ୟନ୍ତ ସେ କୌଣସି ମତେ ପୋଲର ଖମ୍ବକୁ ଧରି ଅଟକି ରହୁ। ତା’ପରେ ପ୍ରଭା ଚିତ୍କାର କରି ହାତ ହଲାଇ ଯାତାୟାତ କରୁଥିବା ବାଟୋଇମାନଙ୍କୁ ଡାକି ବଡ଼ଭାଇକୁ କେନାଲ୍ରୁ ଉଦ୍ଧାର କରାଇଲା।
ଗ୍ରାମବାସୀମାନଙ୍କ କହିବା ଅନୁସାରେ, ୩ଜଣଯାକ ଏବେ ଭଲ ଅଛନ୍ତି। କିନ୍ତୁ, ନିଖୋଜ ହୋଇଯାଇଥିବା ସବା ସାନ ହେମଲତାର ସନ୍ଧାନ ପାଇବାକୁ ବୁଡ଼ାଳିମାନଙ୍କୁ ମୁତୟନ କରାଯାଇଛି।
ଘଟଣା ବର୍ଣ୍ଣନା କରି ସୋନୁ କହିଛି, ମେଳାକୁ ନେବା ପାଇଁ ବାପା ଅଟୋରିକ୍ସାଟିଏ ବୁଝିଦେଲେ। ଆମେ ବେଶପଟା ହୋଇ ବାହାରି ଗଲୁ। କିଛି, ବାଟ ଗଲା ପରେ ବାପା ପୋଲ ଉପରେ ଅଟୋରିକ୍ସା ଅଟକାଇ କେନାଲ ଦେଖିବାକୁ କହି ଆମକୁ ନେଇ ପୋଲ ବାଡ଼ାରେ ବସାଇଲେ। ମୁଁ ତାଙ୍କୁ କେନାଲ୍ର ଗଭୀରତା କଥା ପଚାରିବାରୁ ସେ ଜଣ ଜଣ କରି ଆମ ସମସ୍ତଙ୍କୁ ପାଣିକୁ ଠେଲିଦେଲେ। ଏବେସୁଦ୍ଧା ଆମେ ଆମ ସାନଭଉଣୀର ପତ୍ତା ପାଇନାହୁଁ।
Image Courtesy of Times of Indiaଗାଁ ପହରାଦାର ଚୋବ ସିଂଙ୍କ ଅଭିଯୋଗ ଆଧାରରେ ପୁଷ୍ପେନ୍ଦ୍ରଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଛି। ତଦନ୍ତ ସମୟରେ ପୁଷ୍ପେନ୍ଦ୍ର ଅପରାଧ ସ୍ବୀକାର କରିଥିବା କଥା ମଧ୍ୟ ପୁଲିସ କହିଛି।
ସୂଚନାଯୋଗ୍ୟ, ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ପୁଷ୍ପେନ୍ଦ୍ର ଅଧିକାଂଶ ସମୟ ମାତାଲ ଅବସ୍ଥାରେ ଥାଆନ୍ତି। ତାଙ୍କ ସ୍ତ୍ରୀ କୌଣସିମତେ ବଡ଼ ୩ ସନ୍ତାନଙ୍କ ପଢ଼ାଶୁଣା ପାଇଁ ବ୍ୟବସ୍ଥା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Husband-Throws-His-4-Childrens-to-Canal_Thumbnail.jpg)