ସାମ୍ବାଦିକ ସମ୍ମିଳନୀରେ ଆନ୍ନା ହଜାରେଙ୍କ ଉପରକୁ ଜୋତା ଫିଙ୍ଗି ଯୁବକ ଗିରଫ

ନୂଆଦିଲ୍ଲୀ: ସମାଜସେବୀ ଆନ୍ନା ହଜାରେଙ୍କ ଉପରକୁ ଗୁରୁବାର ସନ୍ଧ୍ୟାରେ ଜଣେ ଯୁବକ ଜୋତ ଫିଙ୍ଗିଛି। ଏହି ଘଟଣାର ଦିଲ୍ଲୀ ପୁଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଲୋକପାଳ ନିଯୁକ୍ତି, ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଓ ଅନ୍ୟାନ୍ୟ ଦାବି ନେଇ ଦିଲ୍ଲୀର ରାମଳୀଲା ପଡ଼ିଆରେ ଦୀର୍ଘ ସାତ ଦିନ ପରେ ଅନଶନ ଭାଙ୍ଗିଥିବା ଆନ୍ନା ହଜାରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମୟରେ ରାଜକୁମାର ସାଇନି ନାମରେ ଜଣେ ବ୍ୟକ୍ତି ଉତ୍ତେଜିତ ହୋଇ ଆନ୍ନା ହଜାରେଙ୍କ ଉପରକୁ ଜୋତା ଫିଙ୍ଗିଥିଲେ।

ସୂଚନାଯୋଗ୍ୟ, ଆନ୍ନା ହଜାରେ ଗୁୁରୁବାର ଅନଶନ ଭଙ୍ଗ କରିଛନ୍ତି। ଦିଲ୍ଲୀର ରାମଳୀଲା ପଡ଼ିଆରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତ୍‌ ଓ ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବୀସଙ୍କୁ ଭେଟିବା ପରେ ଆନ୍ନା ସନ୍ଧ୍ୟାରେ ଅନଶନ ଭଙ୍ଗ କରିଛନ୍ତି। ଏହି ଅବସରରେ ଆନ୍ନା ହଜାରେ ଦେବେନ୍ଦ୍ର ଫଡ଼ନିବୀସଙ୍କ ଠାରୁ ଏକ ଗ୍ଲାସ ଜୁସ ପିଇଛନ୍ତି।

ଅନଶନ ଶେଷ କରିବା ପରେ ଆନ୍ନା ଘୋଷଣା କରିଛନ୍ତି, କେନ୍ଦ୍ର ସରକାର ଚାଷୀଙ୍କ କୃଷି ଉପକରଣ ସାମଗ୍ରୀ ଉପରେ ଦେଢ଼ ଗୁଣରୁ ଦର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ଲୋକପାଳ ନିଯୁକ୍ତି ଉପରେ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ। ଏସବୁ ପୂରା କରିବାକୁ ଆମେ କେନ୍ଦ୍ରକୁ ୬ ମାସ ସମୟ ଦେବୁ। ଏହି ସମୟ ଭିତରେ ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଆନ୍ନା ହଜାରେ ମାର୍ଚ୍ଚ ୨୩ରୁ ଆନ୍ଦୋଳନ ଆରମ୍ଭ କରିଥିଲେ। ତାଙ୍କର ସାଥୀ ଦତ୍ତା ଅଓ୍ଵାରୀ କହିଛନ୍ତି ଦୁର୍ନୀତି ବିରୋଧରେ ଆନ୍ଦୋଳନ କରୁଥିବା ଆନ୍ନାଙ୍କ ୫ କିଲୋ ଓଜନ କମିଛି। ସେହିପରି ତାଙ୍କର ରକ୍ତଚାପ ମଧ୍ୟ କମିଛି।

ସମ୍ବନ୍ଧିତ ଖବର