ଦୁଇ ଦିନ ହେଲା ପାହାଡ଼ରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ଭାରତୀୟ ସେନା

ତିରୁବନନ୍ତପୁରମ୍‌: ଖାଦ୍ୟ ଓ ପାଣି ବିନା ପ୍ରାୟ ୨ ଦିନ ହେବ କେରଳର ପଲକ୍କଡ଼ ଜିଲ୍ଲାସ୍ଥିତ ଏକ ପାହାଡ଼ର କାନ୍ଥରେ ଫସି ରହିଥିବା ଜଣେ ୨୩ ବର୍ଷିୟ ଯୁବକଙ୍କୁ ଆଜି ସକାଳେ ଭାରତୀୟ ସେନାବାହିନୀ ଉଦ୍ଧାର କରିଛି।

ଗତରାତିରେ ମୁତୟନ କରାଯାଇଥିବା ସେନା ଟିମ୍‌ ଆଜି ପ୍ରତ୍ୟୁଷ ୫.୪୫ରେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲା। ଉଦ୍ଧାର କରାଯିବା ପରେ ମାଲାମ୍ପୁଝାର ଆର୍‌. ବାବୁ ନାମକ ଉକ୍ତ ଯୁବକଙ୍କୁ ତୁରନ୍ତ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଇଥିଲା।

Image Courtesy of NDTV

ସୋମବାର ଠାରୁ ପାହାଡ଼ କାନ୍ଥରେ ଥିବା ଗୋଟାଏ ଖୋଲରେ ଫସି ରହିଥିବା ବାବୁଙ୍କୁ ଉଦ୍ଧାର କରିବା ପାଇଁ କୋଷ୍ଟ୍‌ ଗାର୍ଡର ଗୋଟିଏ ହେଲିକପ୍ଟର୍‌ ମୁତୟନ କରାଯିବା ସହ ଅନ୍ୟାନ୍ୟ ଉଦ୍ୟମ ମଧ୍ୟ କରାଯାଇଥିଲା। କିନ୍ତୁ, ତାହା ଅସଫଳ ହେବାରୁ ଭାରତୀୟ ସେନାକୁ ଡକାଯାଇଥିଲା।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ, ସୋମବାର ଦିନ ବାବୁ ଓ ଆଉ ଦୁଇଜଣ ‘ଚେରାଡ଼’ ପର୍ବତ ଚୂଡ଼ାକୁ ଚଢ଼ିବାକୁ ସ୍ଥିର କରିଥିଲେ। ମାତ୍ର ସେ ଦୁଇଜଣ ଅଧାରୁ ଫେରିଆସିଥିଲେ ବି ବାବୁ ପର୍ବତ ଶିଖରରେ ପହଞ୍ଚିଥିଲେ। ଶିଖର ବା ଚୂଡ଼ାରେ ପହଞ୍ଚିବା ପରେ କୌଣସି କାରଣରୁ ବାବୁଙ୍କ ଗୋଡ଼ ଖସି ଯିବାରୁ ସେ ପଡ଼ିଯାଇ ଗଡ଼ି ଗଡ଼ି ଆସି ପାହାଡ଼ କାନ୍ଥରେ ଥିବା ଦୁଇଟି ଶିଳାଖଣ୍ଡ ମଝିରେ ଲାଖି ରହିଥିଲେ।

ସମ୍ବନ୍ଧିତ ଖବର