ଯୁବକ ରେଳଧାରଣା ପାର ହେଉଥିବା ବେଳେ ହଠାତ ଆସିଗଲା ଟ୍ରେନ, ଆଉ ତା’ପରେ….

ନୂଆଦିଲ୍ଲୀ: ‘ରଖେ ହରି ତ ମାରେ କିଏ’ ଏହି ଉକ୍ତିର ଅନେକ ଉଦାହରଣ ସାମ୍ନାକୁ ଆସିଛି। ନିକଟରେ ଏଭଳି ଏକ ଘଟଣା ଘଟିଛି। ଜଣେ ଯୁବକ ବାଇକ ଧରି ରେଳ ଧାରଣା ପାର ହେଉଥିବା ସମୟରେ ହଠାତ ଟ୍ରେନ ଆସି ଯାଇଥିଲା । ଏଥିରେ ତାଙ୍କ ବାଇକଟି ଟ୍ରେନ ଧକ୍କାରେ ଚୁରମାର ହୋଇଯାଇଥିବା ବେଳେ ସେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ଏ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କିଛି ସମୟ ପାଇଁ ସ୍ତବ୍ଧ ହୋଇ ଯାଇଥିଲେ।

ରାଜେନ୍ଦ୍ର ଅକଲେକରଙ୍କ ଦ୍ବାରା ସେୟାର କରାଯାଇଥିବା ୩୮ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି କି, ଟ୍ରେନ ଆସିବା ସମୟ ଥିବାରୁ ରେଳ ଫାଟକ ବନ୍ଦ ପଡ଼ିଛି। ଏହି ସମୟରେ କିଛି ଲୋକ ଫାଟକ ତଳ ଦେଇ ଯାଉଛନ୍ତି । ଏତିକି ବେଳେ ଜଣେ ଯୁବକ ବି ବାଇକ ଧରି ରେଳ ଧାରଣା ପାର କରୁଥିବା ନଜର ଆସୁଛନ୍ତି। ଏହି ସମୟରେ ସେ ସନ୍ତୁଳନ ହରାଇବାରୁ ବାଇକ ଧାରଣାରେ ଖସି ପଡ଼ୁଛି। ଯୁବକ ଜଣକ ବାଇକ ଉଠାଇବାକୁ ଚେଷ୍ଟା କରୁଥିବା ବଳେ ହଠାତ ଟ୍ରେନ ଚାଲି ଆସିବାରୁ ସେ ପଛକୁ ଚାଲି ଆସୁଛନ୍ତି। ଏତିକି ବେଳେ ଦ୍ରୁତଗତିରେ ଆସୁଥିବା ଟ୍ରେନ ଧକ୍କାରେ ବାଇକଟି ଆଖି ପିଛୁଳାକେ ଚୁରମାର ହୋଇଯାଉଛି।

ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧିତ ଖବର