ବେଲମୋପାନ୍: ଆମେରିକାର ବେଲିଜ୍‌ରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଆମେରିକୀୟ ନାଗରିକ ଛୁରୀ ଦେଖାଇ ଆକାଶରେ ଏକ ଛୋଟ ବିମାନ ଅପହରଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ, ଏହି ସମୟରେ ବିମାନରେ ଥିବା ଅନ୍ୟ ଜଣେ ଯାତ୍ରୀ ସଂପୃକ୍ତ ବ୍ୟକ୍ତିକୁ ଗୁଳି କରିଥିଲେ। ବେଲିଜର ଟ୍ରପିକ୍ ଏୟାରର ଏକ ବିମାନ ୧୪ ଜଣ ଯାତ୍ରୀଙ୍କୁ ନେଇ କୋରୋଜାଲ ସହରରୁ ଉଡ଼ାଣ ଭରିବା ପରେ ଏହି ଘଟଣା ଘଟିଥିଲା।

Advertisment

ନ୍ୟୁୟର୍କ ପୋଷ୍ଟ ପୁଲିସ ଅଧିକାରୀଙ୍କ ଉଦ୍ଧୃତି ଦେଇ କହିଛି ଯେ ଜଣେ ଆମେରିକୀୟ ନାଗରିକ ଛୁରୀ ଧରି ବିମାନ ଅପହରଣ କରିବାକୁ ଚେଷ୍ଟା କରି ଯାତ୍ରୀମାନଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏହି ସମୟରେ ବିମାନରେ ଉପସ୍ଥିତ ତିନି ଜଣ ଆହତ ହୋଇଥିଲେ। ବେଲିଜ୍ ପୁଲିସ କମିଶନର ଚେଷ୍ଟର ୱିଲିୟମ୍ସଙ୍କ ଅନୁଯାୟୀ, ଆକ୍ରମଣକାରୀଙ୍କୁ ପରେ ଆମେରିକୀୟ ନାଗରିକ ଆକିନ୍ୟେଲା ସାୱା ଟେଲର ଭାବରେ ଚିହ୍ନଟ କରାଯାଇଥିଲା।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, ପୋଲିସ କମିଶନର ୱିଲିୟମ୍ସ ହସ୍ତକ୍ଷେପ କରି ଟେଲରଙ୍କୁ ଗୁଳି କରିଥିବା ଯାତ୍ରୀଙ୍କୁ ପ୍ରଶଂସା କରି ତାଙ୍କୁ "ହିରୋ" ବୋଲି କହିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଟେଲର କିପରି ବିମାନ ଭିତରକୁ ଛୁରୀ ଆଣିବାରେ ସଫଳ ହେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ନୁହେଁ। ଘଟଣାର ତଦନ୍ତରେ ସହାୟତା ପାଇଁ ବେଲିଜ୍ କର୍ତ୍ତୃପକ୍ଷ ଆମେରିକୀୟ ଦୂତାବାସ ସହିତ ଯୋଗାଯୋଗ କରିଛନ୍ତି।