ଅସନ୍ତୁଷ୍ଟ ବେରୋଜଗାରି ଦିବ୍ୟାଙ୍ଗ ମୁଖ୍ୟମନ୍ତ୍ରୀ ଫଡ୍‌ନାଭିସ୍‌ଙ୍କ କାର୍ଯ୍ୟକ୍ରମରେ କଲେ ହଙ୍ଗାମା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ କାର୍ଯ୍ୟକ୍ରମରେ ଶନିବାର ହଙ୍ଗାମା ହୋଇଛି। ଅହମଦନଗର ସୌର ଶକ୍ତି ପ୍ରକଳ୍ପର ଭୂମି ପୂଜନ ପାଇଁ ପହଞ୍ଚି ଥିବା ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଘେରିକୁ ଭାଙ୍ଗି ଦିବ୍ୟାଙ୍ଗ ପ୍ରବେଶ କରିଥିଲା। ପୁଲିସ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଦୌଡ଼ି ମୁକ-ବଧିର ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖିଛି।

ରୋଲେଗଣା ସିଦ୍ଧିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ ସୌର ଶକ୍ତି ପ୍ରକଳ୍ପ ପାଇଁ ଭୂମି ପୂଜନ କରିବାକୁ ପହଞ୍ଚିଥିଲେ। ଏତିକି ବଳେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରି ସଭାସ୍ଥଳକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଯୁବକଙ୍କୁ ଧରି ନେଇଥିଲେ।

କୁହାଯାଉଛି ଯେ, ଦିବ୍ୟାଙ୍ଗ ଯୁବକ ଚାକିରି ପାଇଁ ମୁମ୍ବାଇ ଯାଇ ସମ୍ପର୍କିତ ମନ୍ତ୍ରାଳୟରେ ଅର୍ଜି ଦେଇଥିଲେ। ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରି ନଥିଲେ। ଏହି କାରଣରୁ ପ୍ରଶାନ୍ତ କାଣ୍ଡେ ନାମକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ରୋଲେଗଣ ସିଦ୍ଧି ସମାରୋହ ଚାଲିଥିବା ବେଳେ ଉଦ୍ୟମ କରିଥିଲେ। ଅଟକ ଥିବା ଯୁବକ ଅହମଦନଗର ଜିଲ୍ଲାର ମେହେକରୀ ଗ୍ରାମର ଅଟନ୍ତି।

ସମ୍ବନ୍ଧିତ ଖବର