ସିଗାରେଟ୍‌ ପିଇବାକୁ ରୋକିବାରୁ ମହିଳା କେବିନ କ୍ରୁଙ୍କ ଆଗରେ ଆପତ୍ତିଜନକ କାମ କଲେ ଯୁବକ

ନୂଆଦିଲ୍ଲୀ : ସାଉଦି ଆରବର  ରିଦାହରୁ ଦିଲ୍ଲୀ ଆସୁଥିବା ବିମାନରେ ଜଣେ ମହିଳା କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରାଯାଇଥିବାର ଖବର ମିଳିଛି । କେରଳରେ ରହୁଥିବା ଜଣେ ୨୪ବର୍ଷୀୟ ଯୁବକଙ୍କୁ ପୀଡ଼ିତା ସିଗାରେଟ ପିଇବାକୁ ରୋକିବାରୁ ଅଭିଯୁକ୍ତଜଣଙ୍କ ନିଜ ପ୍ୟାଣ୍ଟର ଚେନ୍‌ ଖୋଲି ଦେଇଥିଲେ । ଯାହା ପରେ ସମସ୍ତଙ୍କ ଉପସ୍ଥିତିରେ ସେ ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲେ । ତେବେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ପରେ ଅଭିଯୁକ୍ତକୁ ଗିରଫ କରି ନିଆଯାଇଥିବା ଜଣା ପଡ଼ିଛି । ଅଭିଯୁକ୍ତର ନାଁ ଅବ୍‌ଦୁଲ ଶାହିଦ ରମ୍ସୁଦ୍ଦିନ ବୋଲି ଚିହ୍ନଟ କରାଯାଇଛି ।

oneindia.com

ସୂଚନା ମୁତାବକ, ମଝି ଆକାଶରେ ଅବ୍‌ଦୁଲ ସିଗାରେଟ ପିଇବା ଆରମ୍ଭ କରିଥିଲେ । ଏପରି ନ କରିବାକୁ କୁହାଯିବାରୁ ମହିଳା କ୍ର୍ୟୁଙ୍କ ଆଗରେ ପ୍ୟାଣ୍ଟ ଖୋଲି ଦେଇ ଆପତ୍ତିଜନକ କାମ କରିଥିଲେ ଅଭିଯୁକ୍ତ । ଅଭିଯୁକ୍ତଙ୍କ ଏଭଳି କାମ ଦେଖି ମହିଳା କ୍ର୍ୟୁ ନିଜ ସାଥୀମାନଙ୍କୁ ଡ଼ାକିବାରୁ ଯୁବକଜଣଙ୍କ ପାଟିତୁଣ୍ଡ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ଏ ଖବର ଦିଲ୍ଲୀ ବିମାନବନ୍ଦରକୁ ଦିଆଯାଇଥିଲା । ବିମାନଟି ଅବତରଣ କରିବାର ତୁରନ୍ତ ପରେ ଅଭିଯୁକ୍ତକୁ ଗିରଫ କରି ନେଇଥିଲେ ପୁଲିସକର୍ମୀ ।

ସମ୍ବନ୍ଧିତ ଖବର