ନୂଆଦିଲ୍ଲୀ : ବୁଧବାର ଦିନ ଦିଲ୍ଲୀରୁ ବ୍ୟାଙ୍କକ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ବିମାନ (ଏଆଇ ୨୩୩୬)ରେ ଜଣେ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। କୁହାଯାଉଛି ଯେ ପୀଡିତା ଜଣେ ବଡ଼ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ। ସମ୍ପୂର୍ଣ୍ଣ ଘଟଣାଟି ବିଜନେସ କ୍ଲାସରେ ଘଟିଥିଲା। ଯେଉଁ ଯାତ୍ରୀ ଅନ୍ୟ ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ, ସେ ବି ବିଜଦନେସ କ୍ଲାସ ୨ଡି ସିଟ୍ରେ ବସିଥିଲେ।
ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଏହି ଘଟଣା ବିଷୟରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)କୁ ଅବଗତ କରିଛି। ଘଟଣା ବିଷୟରେ ପଚରାଯିବାରୁ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମ ମୋହନ ନାଇଡୁ କହିଛନ୍ତି ଯେ ମନ୍ତ୍ରଣାଳୟ ଘଟଣାର ତଦନ୍ତ କରିବ ଏବଂ ବିମାନ କମ୍ପାନୀ ସହ କଥା ହେବ। ଯଦି କିଛି ଭୁଲ ହୋଇଛି, ତେବେ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

ଏହି ଘଟଣା ପ୍ରାୟ ୩ ବର୍ଷ ପୂର୍ବେ ଘଟିଥିବା ସମାନ ପ୍ରକାରର ଘଟଣାର ସ୍ମୃତିକୁ ଫେରାଇ ଆଣିଛି। ଏହି ଘଟଣା ୨୬ ନଭେମ୍ବର ୨୦୨୨ର। ଏୟାର ଇଣ୍ଡିଆର ବିମାନ (ଏଆଇ-୧୦୨) ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିଲା। ବିଜନେସ୍ କ୍ଲାସରେ ଯାତ୍ରା କରୁଥିବା ଶଙ୍କର ମିଶ୍ର ମଦ୍ୟପାନ କରି ଜଣେ ବୟସ୍କ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଘଟଣାର ପ୍ରାୟ ଗୋଟିଏ ମାସ ପରେ ମହିଳା ଜଣକ ଏୟାର ଇଣ୍ଡିଆ ଏବଂ ଡିଜିସିଏରେ ଅଭିଯୋଗ କରିବା ପରେ ମାମଲାଟି ଲୋକଲୋଚନକୁ ଆସିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/vzOpQw7az7vZCmHRrfJf.jpg)