‘ମେନ୍‌ ଭର୍ସେସ୍‌ ୱାଇଲ୍‌ଡ’ର ନୂଆ ଟିଜର୍‌ ଜାରି

କାହାର ଜୀବନ ନେବା ମୋ ସଂସ୍କାରରେ ନାହିଁ: ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅଗଷ୍ଟ ୧୨ ତାରିଖରେ ପ୍ରସାରିତ ହେବାକୁ ଥିବା ‘ମେନ୍‌ ଭର୍ସେସ୍‌ ୱାଇଲ୍‌ଡ’ ଏପିସୋଡ୍‌ର ଏକ ନୂଆ ଟିଜର୍‌ ଆଜି ରିଲିଜ୍‌ ହୋଇଛି। ଡିସ୍‌କଭରି ଚ୍ୟାନେଲ୍‌ରେ ଏହି ଏପିସୋଡର ପ୍ରସାରଣ ପାଇଁ ବିଶ୍ବବ୍ୟାପୀ ଭାରତୀୟମାନେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ନୂଆ ଟିଜର୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର କେତେକ ବକ୍ତବ୍ୟ ସାମ୍ନାକୁ ଆସିଛି। ‘କାହାର ଜୀବନ ନେବା ମୋ ସଂସ୍କାରରେ ନାହିଁ’ ବୋଲି ପ୍ରଧାନମନ୍ତ୍ରୀ କହୁଥିବା ଦେଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୋ’ର ହୋଷ୍ଟ୍‌ ବେୟର ଗ୍ରିଲ୍ସ ବାଘଙ୍କଠାରୁ ସୁରକ୍ଷା ଦେବାକୁ ଏକ ଅସ୍ତ୍ର ଦେବାପରେ ମୋଦୀ ଏହା କହିଥିଲେ। ସୋସିଆଲ ମିଡିଆରେ ଡିସ୍‌କଭରିର ଏହି ଟିଜର୍‌ ଚର୍ଚ୍ଚାରେ ରହିଛି।

ସମ୍ବନ୍ଧିତ ଖବର