ହେଡ୍‌ଫୋନ୍ ଲଗାଇଥିବାରୁ ଟ୍ରେନର ଶବ୍ଦ ଶୁଣି ପାରିଲେ ନାହିଁ, ଟ୍ରେନ ଚକା ତଳେ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ଯଦି ଆପଣ ହେଡ୍‌ଫୋନ ଲଗାଇ ଯିବା ଆସିବା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ । ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଯୁବକଙ୍କ ମୃତ୍ୟୁ ସେ ଲଗାଇଥିବା ହେଡ୍‌ଫୋନ ପାଇଁ ହୋଇଛି । ହେଡ୍‌ଫୋନ ଲଗାଇ ଯୁବକଜଣଙ୍କ ରେଳ ଧାରଣା ପାର୍‌ କରୁଥିବା ସମୟରେ ଟ୍ରେନ୍‌ ଆସୁଥିବାର ଶବ୍ଦ ଶୁଣି ପାରି ନ ଥିଲେ । ରେଳ ଫାଟକରେ ଥିବା ଜଗୁଆଳି ଯୁବକଙ୍କୁ ବଞ୍ଚାଇବା ପାଇଁ ପାଟି କରି ଚାଲିଥିଲେ ମଧ୍ୟ ଯୁବକଜଣଙ୍କ ଶୁଣି ପାରି ନଥିଲେ । ଯାହା ଦ୍ୱାରା ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଏହି ଖବରଟି ନିଶ୍ଚିତ ଭାବେ ସବୁ ହେଡ୍‌ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଚେତାବନୀ ।

AI News

ସୂଚନା ମୁତାବକ, ମୃତ ମନିନ୍ଦର ସିଂହ ନିଜ ମାତା-ପିତାଙ୍କର ଏକମାତ୍ର ପୁଅ ଥିଲେ । ସେ ସବୁବେଳେ ଫିରୋଜପୁରରୁ ମୋଗା ପାଠ ପଢ଼ିବା ପାଇଁ ଅସୁଥିଲେ । ସକାଳ ସମୟରେ ସେ ନିଜ କ୍ଲାସ୍‌କୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିଲା । ଓଭରବ୍ରିଜ୍‌ ଉପରେ ତିଆରି କରାଯାଇଥିବା ରେଳ ଧାରଣା ପାର୍‌ କରୁଥିବା ସମୟରେ ମନିନ୍ଦର ଟ୍ରେନ ଆସୁଥିବାର ଶବ୍ଦ ନ ଶୁଣି ପାରି ଦୁର୍ଘଟଣାର ଶିକାର ହୋଇଥିଲେ । ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର