ହାଇଦ୍ରାବାଦ: ହାଇଦ୍ରାବାଦରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦ସେଣ୍ଟିମିଟର ବର୍ଷା ହୋଇଛି। ଯେଉଁ କାରଣରୁ ସହରର ବିଭିନ୍ନସ୍ଥାନ ଜଳମଗ୍ନ ହୋଇ ଯାଇଛି | ଅନେକ ଅଞ୍ଚଳରେ ପରିସ୍ଥିତି ଏପରି ହୋଇଛି ଯେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଡଙ୍ଗାଗୁଡ଼ିକୁ ରାସ୍ତାକୁ ଆଣିବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦଳ ମଧ୍ୟ ନିୟୋଜିତ ଅଛନ୍ତି। ଏଭଳି ପରିସ୍ଥିତିରେ ଦେଖଦେଖୁ ଜଣେ ବ୍ୟକ୍ତି ଘର ସାମ୍ନାରୁ ବର୍ଷା ଜଳରେ ଭାସି ଯାଉଥିବା ଦେଖିବାକୁ ମିଳିଛି। ଅନେକ ସ୍ଥାନରେ କାର୍ ଏବଂ ବାଇକ୍ ବର୍ଷା ପାଣିରେ ଭାସି ଯାଇଛି। ଲଗାତାର ବର୍ଷା ଯୋଗୁଁ ପାଖାପାଖି ୧୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
#HyderabadFloods #Hyderabad .. pic.twitter.com/3BxLJvmq4L
— dinesh akula (@dineshakula) October 14, 2020
ଫଲକନୁମା ନିକଟରେ ବରକସର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପ୍ରଖର ପାଣି ସ୍ରୋତରେ ଜଣେ ବ୍ୟକ୍ତି ଭାସି ଯାଉଥିବା ଦେଖିବାକୁ ମିଳିଛି। ତାଙ୍କୁ ଉଦ୍ଧାର କରିବାକୁ ବହୁତ ଚେଷ୍ଟା କରାଯାଇଛି। ବ୍ୟକ୍ତି ଜଣକ ଭାସି ଯାଉଥିବା ବେଳେ ରାସ୍ତାରେ ଥିବା ଏକ ଖୁଣ୍ଟକୁ ଧରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ପାଣି ସ୍ରୋତ ଏତେ ପ୍ରଖର ଥିଲା ଯେ ସେ ଖୁଣ୍ଟକୁ ଧରିବା ପାଇଁ ସକ୍ଷମ ହୋଇ ନଥିଲେ।
ଆଉ କିଛି ଲୋକ ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଶେଷରେ ବହୁ ଚେଷ୍ଟା ପରେ ପାଣିର ପ୍ରଖର ସ୍ରୋତରୁ ଉକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା କି ନାହିଁ ତାହା ଜଣାପଡ଼ି ନଥିଲା।