ପଣଜୀ: ମୁସଲମାନ ମହିଳାମାନେ ପିନ୍ଧୁଥିବା ବୁର୍ଖା ପିନ୍ଧି ପଣଜୀସ୍ଥିତ ସେଣ୍ଟ୍ରାଲ୍ ବସ୍ ଷ୍ଟାଣ୍ଡ୍ରେ ମହିଳାଙ୍କ ନିମନ୍ତେ ଉଦ୍ଦିଷ୍ଟ ଶୌଚାଳୟରେ ପ୍ରବେଶ କରିଥିବା ଜଣେ ୩୫ ବର୍ଷିୟ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଶନିବାର ଦିନ ଗୋଆ ପୁଲିସ ବୁକ୍ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବୁର୍ଖା ପରିଧାନ କରି ଆପାଦମସ୍ତକ ଢାଙ୍କି ମହିଳା ଶୌଚାଳୟରୁ ବାହାରୁଥିବା ବେଳେ ଯାତ୍ରୀମାନେ ଅଭିଯୁକ୍ତ ଭର୍ଜିଲ୍ ଫର୍ଣ୍ଣାଣ୍ଡିଜ୍ଙ୍କୁ ଧରିବା ପରେ ପୁଲିସ ତାଙ୍କୁ ବୁକ୍ କରିଥିଲେ।
ଗୋଆ ପୁଲିସ ମୁଖପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି: ପଣଜୀ ବସ୍ଷ୍ଟାଣ୍ଡ୍ର ମହିଳା ଶୌଚାଳୟରେ ପ୍ରବେଶ କରିବାବୁ ମୁସଲମାନ ମହିଳା ସାଜି ଥିବା ଅଭିଯୁକ୍ତଙ୍କୁ ୪୧୯ ଧାରାରେ ବୁକ୍ କରାଯାଇଛି।