ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତକୁଞ୍ଜ ରଙ୍ଗପୁରୀ ଅଞ୍ଚଳରେ ଜଣେ ବାପା ଓ ତାଙ୍କ ୪ ଦିବ୍ୟାଙ୍ଗ ଝିଅ ବିଷାକ୍ତ ପଦାର୍ଥ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ଆଖପାଖରେ ରହୁଥିବା ଲୋକେ ପୁଲିସକୁ ଖବର ଦେଇଥିଲେ। ଗତ କିଛି ଦିନ ହେବ ତାଙ୍କ ପରିବାର  ଲୋକଙ୍କୁ ବାହାରେ ଦେଖିବାକୁ ମିଳିନଥିଲା ବୋଲି ଲୋକେ ପୁଲିସକୁ କହିଛନ୍ତି। ଖବର ପାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଘରର ଗେଟ୍ ଭିତରୁ ବନ୍ଦ ହୋଇଯିବାରୁ ପୁଲିସ ଅଗ୍ନିଶମ ବାହିନୀକୁ ଡାକି ଘର ଭିତରର ତାଲା ଭାଙ୍ଗି ଦେଇଥିଲା। ପୁଲିସ ଘରୁ ବାପାଙ୍କ ସମେତ ୪ ଜଣ ଦିବ୍ୟାଙ୍ଗ ଝିଅଙ୍କ ମୃତଦେହ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ମାମଲାର ତଦନ୍ତ ବେଳେ ପୁଲିସ ହାତରେ ଏକ ସିସିଟିଭି ଫୁଟେଜ ଲାଗିଛି । ସେଥିରେ  ବାପା ହୀରାଲାଲଙ୍କୁ ଶେଷ ଥର ପାଇଁ ସେପ୍ଟେମ୍ବର ୨୪ ରେ  ଦେଖିବାକୁ ମିଳୁଛି। ସିସିଟିଭି ରେକର୍ଡିଂରେ ବାପା ହୀରାଲାଲ ହାତରେ ମିଠା ବାକ୍ସ ଧରି ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ଘରୁ ବାହାରି ନଥିଲେ।

ପ୍ରାଥମିକ ତଦନ୍ତରେ ଘର ଭିତରୁ ଏକ ଖାଲି ପ୍ୟାକେଟ୍ ସଲଫାସ ମିଳିଥିବାରୁ ଏହା ଆତ୍ମହତ୍ୟା ବୋଲି ପୁଲିସ କହିଛି। କିନ୍ତୁ ଘରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିଲା। ସେହିପରି ମୃତ ହୀରାଲାଲଙ୍କ ନାକରୁ ମଧ୍ୟ ରକ୍ତ ବାହାରୁଥିଲା। ଏଠାରେ କ'ଣ ଘଟିଥିଲା ତାହା ପୁଲିସ ଜାଣିବାକୁ ଚେଷ୍ଟା କରୁଛି। ସେମାନେ ସମସ୍ତେ ମିଳିମିଶି ଏଭଳି ପଦକ୍ଷେପ ନେବାର କାରଣ କ'ଣ? ଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା କରିଛନ୍ତି କି? ଏଭଳି ଅନେକ ପ୍ରଶ୍ନକୁ ନେଇ ପୁଲିସ ସବୁ ଦିଗରୁ ତଦନ୍ତ କରୁଛି। ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଉଛି।

ହୀରାଲାଲଙ୍କ ପତ୍ନୀ ପୂର୍ବରୁ ହିଁ କର୍କଟ ରୋଗରେ ପଡ଼ି ମୃତ୍ୟୁବରଣ କରିସାରିଥିଲେ । ଏହା ପରେ ହୀରାଲାଲ ନିଜର ୪ ଦିବ୍ୟାଙ୍ଗ ଝିଅଙ୍କୁ ନେଇ ଅତି କଷ୍ଟରେ ଜୀବନଯାପନ କରୁଥିଲେ । 

ମାମଲାର ତଦନ୍ତ ବେଳେ ପୁଲିସ ହାତରେ ଏକ ସିସିଟିଭି ଫୁଟେଜ ଲାଗିଛି । ସେଥିରେ  ବାପା ହୀରାଲାଲଙ୍କୁ ଶେଷ ଥର ପାଇଁ ସେପ୍ଟେମ୍ବର ୨୪ ରେ  ଦେଖିବାକୁ ମିଳୁଛି। ସିସିଟିଭି ରେକର୍ଡିଂରେ ବାପା ହୀରାଲାଲ ହାତରେ ମିଠା ବାକ୍ସ ଧରି ଘରକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏହାପରେ ସେ ଘରୁ ବାହାରି ନଥିଲେ। ଭିଡିଓରେ ଦେଖାଯାଉଥିବା ମିଠା ବକ୍ସ ହୀରାଲାଲଙ୍କ ଘରୁ ଜବତ କରାଯାଇ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି। ମିଠାରେ ସଲଫାସ୍ ବଟିକା ମିଶାଇ ଝିଅମାନଙ୍କୁ ଖାଇବାକୁ ଦିଆଯାଇଥିବା ସଂଦେହ କରାଯାଉଛି ।

ହୀରାଲାଲଙ୍କ ପତ୍ନୀ ପୂର୍ବରୁ ହିଁ କର୍କଟ ରୋଗରେ ପଡ଼ି ମୃତ୍ୟୁବରଣ କରିସାରିଥିଲେ । ଏହା ପରେ ହୀରାଲାଲ ନିଜର ୪ ଦିବ୍ୟାଙ୍ଗ ଝିଅଙ୍କୁ ନେଇ ଅତି କଷ୍ଟରେ ଜୀବନଯାପନ କରୁଥିଲେ ।