ମଦୁରାଇ: ବୃଦ୍ଧି ପାଉଥିବା ପ୍ରଦୂଷଣକୁ ରୋକିବା ବାର୍ତ୍ତା ନେଇ ୩୬ବର୍ଷର ବି.ମଣିକନ୍ଦନ ସାଇକେଲ ଯାତ୍ରାରେ ବାହାରିଛନ୍ତି। ତେବେ ସ୍ୱତନ୍ତ୍ର କଥାଟି ହେଉଛି କି ରାମନାଥପୁରମର ମଣି କେବଳ ଗୋଟିଏ ଗୋଡରେ ସାଇକେଲ ଚଳାଇ ୧୩୦୦କିମି ଯାତ୍ରା କରି ଜାନୁଆରି ୧ ତାରିଖରେ ଚେନ୍ନାଇର ମରିନା ବିଚରେ ପହଞ୍ଚିବାର ଯୋଜନା ରଖିଛନ୍ତି।
ସେ ଡିସେମ୍ବର ୧୩ରୁ କନ୍ୟାକୁମାରୀରୁ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଏହାପୂର୍ବରୁ ମଣିକନ୍ଦନ ୨୦୦୮ରେ ଶିବଙ୍ଗଗାରୁ ଚେନ୍ନାଇ ଓ ପୁଣି ୨୦୧୩ରେ ରାମେଶ୍ୱରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରି ଲୋକମାନଙ୍କୁ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା ପାଇଁ ସଚେତନ କରିବା ସହିତ ପରିବେଶ ପ୍ରଦୂଷଣକୁ କମ୍ କରିବା ପାଇଁ ବାର୍ତ୍ତା ଦେଇଥିଲେ।
ମଣିକନ୍ଦନ ମଦୁରାଇରୁ ଯାତ୍ରା ଆରମ୍ଭ କରି କହିଛନ୍ତି, ଦିଲ୍ଲୀର ପବନ ଏବେ ଏତେ ମାତ୍ରାରେ ବିଶାକ୍ତ ହୋଇପଡ଼ିଛି କି ନିଶ୍ୱାସ ଉପଯୋଗୀ ହୋଇ ଆଉ ରହିନାହିଁ। ପ୍ରଦୂଷଣ କାରଣରୁ ଲୋକମାନଙ୍କୁ ସେଠାରେ ରହିବାକୁ ଅସୁବିଧା ହେଉଛି। ଏହି କ୍ରମରେ ଚେନ୍ନାଇରେ ଏଭଳି ପ୍ରଦୂଷଣସ୍ତର ବୃଦ୍ଧି ପାଇବାକୁ ଲାଗିଛି। ଗଛ କଟାଯାଇ କୋଠାମାନ ତିଆରି ହେଉଛି। ତେବେ ଏଭଳି ପରିସ୍ଥିତିରେ ଆମେ ଯଦି ସେସବୁ ଦିଗ ପ୍ରତି ଧ୍ୟାନ ନଦେବା ତେବେ ଅନ୍ୟ ସହର ବି ଏଭଳି ଅସୁବିଧାର ସମ୍ମୁଖୀନ ହେବ।
/sambad/media/post_attachments/wp-content/uploads/2019/12/GettyImages-904666012.jpg)
ଥିରୁନଗରରେ ବସବାସ କରୁଥିବା ମଣିକନ୍ଦନ ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ କ୍ରିକେଟ ଖେଳୁଥିଲେ। ଫିଲଡିଂ କରୁଥିବା ସମୟରେ ଏକ ପଥର ଉପରେ ସେ ପଡ଼ି ଯାଇଥିଲେ। ଏଥିରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା, କିନ୍ତୁ ସେ ଏହି ଆଘାତକୁ ବିଶେଷ ଧ୍ୟାନ ଦେଇ ନଥିଲେ, ପରିଶେଷରେ ତାଙ୍କୁ ସବୁଦିନ ପାଇଁ ଗୋଡ ହରାଇବାକୁ ପଡ଼ିଥିଲା। କିନ୍ତୁ ଏସବୁ ପରେ ବି ସେ ହାର ମାନି ନଥିଲେ, ଗୋଟିଏ ଗୋଡରେ ହିଁ ସାଇକେଲା ଚଲାଇବା ଆରମ୍ଭ କରିଥିଲେ। ସେ ପୋଷ୍ଟଗ୍ରାଜୁଏଟ ଓ ଡିପ୍ଲୋମା ପାଠପଢ଼ା ଶେଷ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Untitled-1-copy-16.jpg)