ନୂଆଦିଲ୍ଳୀ: ବିମାନବନ୍ଦରରେ ଥିବା ଦୋକାନଗୁଡ଼ିକ ଯେ ମଧ୍ୟବିତ୍ତମାନଙ୍କ ପାଇଁ ନୁହେଁ; ତାହା ପୁଣି ଥରେ ପ୍ରମାଣିତ ହୋଇଛି। ସେଠାକାର ସାମଗ୍ରୀର ଦର ସାଧାରଣ ଲୋକଙ୍କୁ ତାହା କିଣିବାକୁ ବାରଣ କରେ। ବାର୍ଷିକ ୫୦ ଲକ୍ଷ ଟଙ୍କା ରୋଜଗାର କରୁଥିବା ଜଣେ ବ୍ୟକ୍ତିଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍ ଏବେ ଏହି ବିଷୟକୁ ଚର୍ଚ୍ଚାର ଖୋରକା ଯୋଗାଇଛି। ବ୍ୟକ୍ତି ଜଣ ଉଚ୍ଚ ରକମ ରୋଜଗାର କରୁଥିଲେ ବି ସେ ବିମାନବନ୍ଦନରର ସାମଗ୍ରୀ କିଣିବା ପରି ଧନୀ ନୁହଁନ୍ତ ବୋଲି ପ୍ରକାଶ କରିବା ଏବେ ସାଧାରଣ ଲୋକ ତାହାକୁ ନେଇ ନିଜର ମତ ରଖିବା ଆରମ୍ଭ କରିଛନ୍ତି।
ଟ୍ୱିଟର ବ୍ୟବହାରକାରୀ ଜଣକ ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱରୋଭସ୍କି, ଡାୟୋର ଏବଂ ଦି ହ୍ୱାଇଟ୍ କ୍ରୋ ଭଳି ଉଚ୍ଚମାନର ଷ୍ଟୋରଗୁଡ଼ିକର ଫଟୋ ସେୟାର କରି କହିଛନ୍ତି ଓ ଲେଖିଛନ୍ତି କି ସେଭଳି ଷ୍ଟୋର୍ରୁ ଜିନିଷ କ୍ରୟ କରିବା ଭଳି ଆତ୍ମବିଶ୍ୱାସ ତାଙ୍କ ନିକଟରେ ନାହିଁ।
ତାଙ୍କର ପୋଷ୍ଟ ଅନେକଙ୍କ ମନରେ ପ୍ରତିଧ୍ୱନିତ ହୋଇଛି। କିଛି ଉପଭୋକ୍ତା ଲେଖିଛନ୍ତି କି ଯଦି ବର୍ଷକୁ ୫୦ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତି ଏସବୁ କିଣିବାକୁ ଅକ୍ଷମ, ତେବେ ଆମେ କ’ଣ କିଣିବୁ? କେହି କେହି ଲେଖିଛନ୍ତି, ‘ବିମାନବନ୍ଦରର ସାମଗ୍ରୀ ନିର୍ଦ୍ଦିଷ୍ଟ କିଛି ଧନୀ ଓ ବିଦେଶୀ ଯାତ୍ରୀଙ୍କୁ ହିଁ ସେବା ଯୋଗାଏ।’
ଜଣେ ବ୍ୟବହାରକାରୀ ଲେଖିଛନ୍ତି, "ଭାଇ, ବିମାନବନ୍ଦର ଦୋକାନଗୁଡ଼ିକ ଖୁଚୁରା ଦୋକାନ ନୁହେଁ ; ଏହା ଏକ ମନସ୍ତାତ୍ତ୍ୱିକ ଯୁଦ୍ଧ।’’ ଆଉ ଜଣେ ମତାମତ ଦେଇଛନ୍ତି, "ମୁଁ ଏହି ଦୋକାନଗୁଡ଼ିକୁ ସାଧାରଣତଃ ସାଧାରଣ ଭାରତୀୟଙ୍କ ପାଇଁ ସ୍ଥାପନ କରାଯାଇଥିବା ଭାବରେ କେବେ ଦେଖିନାହିଁ। ଏଠାରୁ କିଣାବିକା ସେହିମାନେ କରନ୍ତି; ଯେଉଁମାନଙ୍କ ନିକଟରେ ମୋଟା ଅଙ୍କର ରାଶି ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/05/untitled-2-2025-10-05-13-23-06.jpg)