ନୂଆଦିଲ୍ଲୀ: ୨୦୨୦ ଭାରତ-ଚୀନ୍ ସୀମା ବିବାଦ ପରେ ବନ୍ଦ ହୋଇଯାଇଥିବା ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ୩୬ଜଣିଆ ଯାତ୍ରୀ ଦଳ ମାନସରୋବରରେ ପହଞ୍ଚିଛନ୍ତି। ଯାତ୍ରୀଙ୍କ ଫଟୋକୁ ଭାରତରେ ଅବସ୍ଥାପିତ ଚୀନ୍ର ରାଷ୍ଟ୍ରଦୂତ ନିଜର ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ଚୀନ୍ର ରାଷ୍ଟ୍ରଦୂତ ସୁ ଫେଇହଂ ସାମାଜିକ ଗଣମାଧ୍ୟମରେ ଯାତ୍ରୀଙ୍କ ୪ଟି ଫଟୋ ପ୍ରକାଶ କରି ଲେଖିଛନ୍ତି, ସେ ଖୁସିର ସହ ଜଣାଇବାକୁ ଚାହାନ୍ତି ଯେ ଯାତ୍ରୀଙ୍କ ପ୍ରଥମ ଦଳ ସିଜାଙ୍ଗ୍ (ତିବ୍ବତ) ସ୍ବୟଂଶାସିତ ଅଞ୍ଚଳର ମାପାମ୍ ୟୁନ୍ ସୋ (ମାନସରୋବର)ରେ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ୨୦୨୪ରେ ରୁଷିଆର କାଜାନ୍ ଠାରେ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନ୍ପିଂଙ୍କ ଦ୍ବିପାକ୍ଷିକ ବୈଠକରେ ୨୦୨୦ ପରଠାରୁ ବନ୍ଦ ହୋଇଥିବା ଦ୍ବିପାକ୍ଷିକ କୂଟନୈତିକ ଓ ସାଂସ୍କୃତିକ ସମ୍ପର୍କ ପୁନଃସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିଲା।
୫ ବର୍ଷ ପରେ ମାନସରୋବର ଯାତ୍ରା: ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ଯାତ୍ରୀ
୨୦୨୦ ଭାରତ-ଚୀନ୍ ସୀମା ବିବାଦ ପରେ ବନ୍ଦ ହୋଇଯାଇଥିବା ମାନସରୋବର ଯାତ୍ରା ପୁଣି ଆରମ୍ଭ ହୋଇଛି। ଏହି ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ୩୬ଜଣିଆ ଯାତ୍ରୀ ଦଳ ମାନସରୋବରରେ ପହଞ୍ଚିଛନ୍ତି।
/sambad/media/media_files/2025/06/28/dgdgdgvc-2025-06-28-00-51-41.jpg)