ନୂଆଦିଲ୍ଲୀ: ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମ’ 'ଇଣ୍ଡିଆନ୍ ଆଇଡଲ୍ ୧୫'ର ଗ୍ରାଣ୍ଡ ଫିନାଲେ ଶେଷ ହୋଇ ଯାଇଛି । ଏହି ସିଜିନରେ ମାନସୀ ଘୋଷ ବିଜୟୀ ହୋଇଛନ୍ତି। କୋଲକାତାର ମାନସୀ ବିଜୟୀ ହେବାପରେ ତାଙ୍କୁ ୨୫ ଲକ୍ଷ ଟଙ୍କା ଏବଂ ଏକ ନୂତନ କାର ମଧ୍ୟ ମିଳିଛି। କେବଳ ଏତିକି ନୁହେଁ, ମାନସୀ ଘୋଷ 'ସୁପର ସିଙ୍ଗର'ର ପ୍ରଥମ ରନର୍ସଅପ୍ ମଧ୍ୟ ହୋଇଛନ୍ତି। ଏହି ସୋ’ ପ୍ରାୟ ପାଞ୍ଚ ମାସ ଧରି ଦର୍ଶକଙ୍କୁ ଖୁବ ମନୋରଞ୍ଜନ କରି ଆସିଥିଲା।
ଫାଇନାଲରେ ଟ୍ରଫି ପାଇଁ ତିନିଜଣ ଶ୍ରେଷ୍ଠ ଫାଇନାଲିଷ୍ଟ ମାନସୀ ଘୋଷ, ଶୁଭୋଜିତ ଚକ୍ରବର୍ତ୍ତୀ ଏବଂ ସ୍ନେହା ଶଙ୍କରଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହୋଇଥିଲା। ଏହି ତିନିଜଣ ନିଜ କଣ୍ଠସ୍ୱରରେ ସମସ୍ତଙ୍କ ହୃଦୟ ଜିତିଥିଲେ, କିନ୍ତୁ ମାନସୀ ଘୋଷ ବିଜେତା ହୋଇଥିଲେ।
Huge congratulations to Manasi Ghosh on winning Indian Idol Season 15! What a voice, what a journey! Truly well deserved — you made every performance count.#indianidol #indianidol15 #vishaldadlani #shreyaghoshal #badshah #adityanarayan #manasighosh pic.twitter.com/DtsIhUo5dE
— Indian Idol Season 15 (@Indian__Idol) April 6, 2025
ବିଜୟୀ ହେବାପରେ ମାନସୀ ଭାବପ୍ରବଣ ହୋଇଯାଇଥିଲେ। ସେ ତାଙ୍କ ପରିବାରକୁ ମଞ୍ଚକୁ ଡାକିଥିଲେ। ଏହି ସମୟରେ ବିଚାରପତିମାନେ ମାନସୀଙ୍କୁ ପ୍ରଶଂସା କରିବା ସହିତ ଆଗାମୀ ଜୀବନ ଉଜ୍ଜ୍ବଳ ହେଉ ବୋଲି ଆଶୀର୍ବାଦ ମଧ୍ୟ କରିଥିଲେ।
ଇଣ୍ଡିଆନ୍ ଆଇଡଲର ଅଫିସିଆଲ୍ ସୋସିଆଲ ମିଡିଆ ଆକାଉଣ୍ଟରେ ମଧ୍ୟ ବିଜେତା କିଏ ହେଲା ତାହାର ଘୋଷଣା କରାଯାଇଛି।
ଏକ୍ସ (ଟ୍ୱିଟ) ମାଧ୍ୟମରେ , 'ଇଣ୍ଡିଆନ୍ ଆଇଡଲ୍ ସିଜିନ୍’ ୧୫ ଜିତିବା ପରେ ମାନସୀ ଘୋଷଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଇବା ସହିତ କଣ୍ଠଶିଳ୍ପୀଙ୍କ ସ୍ୱର ଏବଂ ତାରଙ୍କର ଏହି ଯାତ୍ରାକୁ ସ୍ମରଣୀୟ ବୋଲି କୁହାଯାଇଛି। ଏଥିସହିତ ମାନସୀ ପ୍ରକୃତରେ ଏହି ବିଜୟର ଯୋଗ୍ୟ, ସେ ପ୍ରତ୍ୟେକ ଅଧ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିବା ନେଇ ଉଲ୍ଲେଖ କରାଯାଇଛି।