ଜନାଦେଶ ଇଣ୍ଡିଆ ମେଣ୍ଟ ସପକ୍ଷରେ ନାହିଁ : କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ଫଳାଫଳ ପ୍ରକାଶ ସହିତ ଜାତୀୟ ରାଜଧାନୀ ଦିଲ୍ଲୀରେ ରାଜନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ବୁଧବାର ବିଳମ୍ବିତ ସନ୍ଧ୍ୟାରେ ବିରୋଧୀ ଭାରତ ମେଣ୍ଟର ସହଯୋଗୀ ଦଳଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ସେପଟେ ବରିଷ୍ଠ କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଏକ ବଡ ଓ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ଗଣମାଧ୍ୟମ କଥାବାର୍ତ୍ତା ବେଳେ  ସିଂଘଭି କହିଛନ୍ତି ଯେ ଏହି ଜନାଦେଶ ଇଣ୍ଡିଆ ମେଣ୍ଟ ସପକ୍ଷରେ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ କେବେ ବି କହିନାହିଁ ଯେ ସେ ଏକାକୀ ସରକାର ଗଠନ କରିବ। ଦଳ ସହଯୋଗୀ ଦଳଗୁଡ଼ିକୁ ଏକାଠି କରିବା କଥା କହିଥିଲା।

ସୂଚନାଥାଉ କି, ଇଣ୍ଡିଆ ଆଲାଏନ୍ସର ନେତାମାନେ କହିଆସୁଛନ୍ତି ଯେ ଲୋକସଭା ନିର୍ବାଚନ-୨୦୨୪ର ଜନାଦେଶ ଏନଡିଏ ଓ ବିଜେପି ବିରୋଧରେ । ଏଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ତଫା ଦିଅନ୍ତୁ । ଅନ୍ୟପକ୍ଷରେ ବୁଧବାର ସନ୍ଧ୍ୟାରେ ଏନଡିଏର ସହଯୋଗୀ ଦଳଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ବୈଠକରେ ମୋଦୀଙ୍କ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତାବ ପାସ ହେବା ସହ ୭ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟିବା ସ୍ଥିର ହୋଇଛି ।

ସମ୍ବନ୍ଧିତ ଖବର