ଲଣ୍ଡନ : ୟୁରୋପରେ କରୋନାର ପ୍ରକୋପ ପୁଣି ଥରେ ଦେଖାଦେଇଥିବାବେଳେ ବାଧ୍ୟତାମୂଳକ ଟିକାକରଣ ସପକ୍ଷରେ ମତ ପ୍ରକାଶ ପାଇଛି । ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଲେୟେନ କହିଛନ୍ତି ଯେ ବାଧ୍ୟତାମୂଳକ ଟିକାଦାନ ପାଇଁ ସମୟ ଆସିଯାଇଛି ।

Advertisment

କିଛି ଦିନ ପୂର୍ବେ ଜର୍ମାନି ସ୍ବାସ୍ଥ୍ୟମନ୍ତ୍ରୀ ଜେନ ସ୍ପାନ ମଧ୍ୟ ସମାନ କଥା କହିଥିଲେ । ସେ କହିଥିଲେ ଯେ, ଲୋକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଚଳିତ ଶୀତଋତୁ ଶେଷସୁଦ୍ଧା ଜର୍ମାନୀରେ ଟିକା ନେଇ ସୁସ୍ଥ ହୋଇଥିବା ଲୋକ ଥିବେ ଅଥବା ଟିକା ନ ନେଇ ମୃତ୍ୟୁବରଣ କରିଥିବା ଲୋକ ଥିବେ ।  ଲୋକମାନେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବାରୁ ସେ ଏପରି କହିଥିଲେ ।

ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ଓମିକ୍ରନ ଏବେ ୨୦ଟି ଦେଶରେ ଚିହ୍ନଟ ହୋଇଛି । ତା ମଧ୍ୟରୁ ୟୁରୋପର କିଛି ଦେଶ ଅଛନ୍ତି । ଏହା ପରେ ୟୁରୋପରେ ସ୍ଥିତି ସଂଗୀନ ହେବାର ଆଶଙ୍କା ଦେଖାଦେଇଛି ।

ଏହା ସତ୍ତ୍ବେ ଲୋକମାନେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ସହ ଲକଡାଉନକୁ ବିରୋଧ କରୁଛନ୍ତି ।