ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାନାୱତଙ୍କ ଅଡୁଆ। ହାତରୁ ଚାଲିଯାଇପାରେ ପଦବୀ। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ବିଜେପି ସାଂସଦ ଥିବା କଙ୍ଗନା ରାନାୱତଙ୍କ ନିର୍ବାଚନକୁ ହିମାଚଳ ପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏହା ପରେ କୋର୍ଟ କଙ୍ଗନା ରାନାୱତଙ୍କୁ ନୋଟିସ ପଠାଇଛନ୍ତି। ନୋଟିସ ଜାରି କରି ଜଷ୍ଟିସ ଅଗଷ୍ଟ ୨୧ସୁଦ୍ଧା କଙ୍ଗନା ରାନାୱତଙ୍କଠାରୁ ଉତ୍ତର ମାଗିଛନ୍ତି।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ କିନ୍ନୌର ନିବାସୀ ସ୍ବାଧୀନ ପ୍ରାର୍ଥୀ ଲାୟକ୍ ରାମ ନେଗି କୋର୍ଟରେ ଏହି ଆବେଦନ କରିଛନ୍ତି। ସେ ଏହି ଆବେଦନ ମାଧ୍ୟମରେ ଯୁକ୍ତି କରିଛନ୍ତି ଯେ ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରିବା ସତ୍ତ୍ବେ ତାଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯଦି ତାଙ୍କର ନାମାଙ୍କନ ଗ୍ରହଣ କରାଯାଇଥାନ୍ତା, ତେବେ ସେ ନିର୍ବାଚନ ଜିତିଥାନ୍ତେ। ତେଣୁ କଙ୍ଗନା ରାନାୱତଙ୍କ ସାଂସଦ ସଦସ୍ୟତା ବାତିଲ କରାଯିବା ଉଚିତ୍।
ଲାୟକ ରାମ ନେଗି ବନ ବିଭାଗର ଜଣେ ପୂର୍ବତନ କର୍ମଚାରୀ। ସେ ନିର୍ବାଚନ ଲଢ଼ିବା ପାଇଁ ସମୟ ପୂର୍ବରୁ ସ୍ବଇଚ୍ଛାରେ ଅବସର ନେଇଥିଲେ ଏବଂ ନାମାଙ୍କନପତ୍ର ଦାଖଲ କରିବା ସମୟରେ ରିଟର୍ଣ୍ଣିଂ ଅଫିସରଙ୍କୁ କୌଣସି ଦେୟ ବାକି ନଥିବାର ପ୍ରମାଣପତ୍ର ମଧ୍ୟ ଦେଇଥିଲେ। ଯେତେବେଳେ ନେଗି ସମସ୍ତ ପ୍ରମାଣପତ୍ର ଉପସ୍ଥାପନ କରିଥିଲେ, ରିଟର୍ଣ୍ଣିଂ ଅଫିସର ତାଙ୍କ ନାମାଙ୍କନକୁ ଖାରଜ କରିଦେଇଥିଲେ। ଯଦି ତାଙ୍କର ନାମାଙ୍କନ ଗ୍ରହଣ କରାଯାଇଥାନ୍ତା, ତେବେ ସେ ଜିତିଥାନ୍ତେ ବୋଲି କହିଛନ୍ତି ଲାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/t-243.jpg)