ସିମଲା: ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ ଲୀଳା । ମଣ୍ଡିରେ ଭୟଙ୍କୟ ହୋଇଛି ବର୍ଷା ବିତ୍ପାତ । ମୌସୁମୀ ଜନିତ ଲଗାଣ ବର୍ଷା ପରେ ମଣ୍ଡି ମୁଣ୍ଡରେ ଚଡକ ପଡିଛି । ବର୍ଷାରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ମଣ୍ଡି ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ଲୋକେ ରାତି ଅନିଦ୍ରା ରହିଛନ୍ତି । ଧିରେଧିରେ ବର୍ଷା ପାଣି ପାଇଁ ନଦୀ ଫୁଲୁଥିବାରୁ ନଦୀ ସ୍ଥଳଭାଗ ମୁହାଁ ହେବା ପରେ ଅନେକ ଘର ବୁଡିଛି । ଗୋଟେ ପରିବାର ନାଳରେ ଭାସି ଯାଇଥିବାର ଖବର ମଧ୍ଯ ଆସୁଛି । ମଣ୍ଡିରେ ଏମିତି କୌଣସି ସ୍ଥାନ ନାହିଁ ଯାହା ପ୍ରକୃତିର କରାଳ ରୂପ ଆଗରେ କ୍ଷତିଗ୍ରସ୍ତ ହୋଇନି । ଅନେକ ଘର ବର୍ଷାରେ ଭାଙ୍ଗି ଯାଇଛି ତ କିଛି ଘରେ ପାଣି ପଶି ଯାଇଛି । କେଉଁଠି ପାହାଡ ଧସି ରାସ୍ତା ବନ୍ଦ ହୋଇଛି ତ କେଉଁଠି ପାହାଡ ଘର ଉପରେ ଧସି ଯାଇଛି ଆଉ ବଡ ବଡ ଗାଡି ସବୁ ପଥର ମାଡରେ ଚୁନା ହୋଇ ଯାଇଛି । 

Advertisment

ପ୍ରବଳ ବର୍ଷା ପରେ ପାଣିର ସ୍ରୋତରେ ରାସ୍ତା ଧୋଇ ଯାଇଛି । ୨୪ ଘଣ୍ଟାରେ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଯାଏଁ ୧୮ ଜଣଙ୍କ ପତ୍ତା ମିଳୁନି । ୩୯ ଜଣଙ୍କୁ ପାଣି ପାଟିରୁ ଉଦ୍ଧାର କରାଯାଇଛି । ମଣ୍ଡିରେ ଲଗାତାର ୧୫ ଘଣ୍ଟା ଧରି ବର୍ଷା ଢାଳୁଥିବାରୁ ସ୍ଥିତି ସଙ୍ଗୀନ ହେଉଥିବା ଦେଖି ସମସ୍ତ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି । ବାଦଲ ଫଟା ବର୍ଷା ପରେ ମଣ୍ଡିରେ ୪ଟି ସ୍ଥାନରେ ବାଦଲ ଫଟା ବର୍ଷା ପରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ନଦୀର କରାଳ ରୂପ ଦେଖି ଲୋକ ଭୟଭୀତ ହୋଇଛନ୍ତି । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଆହତ ହୋଇଛନ୍ତି । ସେହିପରି ନଦୀରେ ହଠାତ୍ ବନ୍ୟା ଆସିବାରୁ ଅନେକ ନିଖୋଜ ଅଛନ୍ତି । ବ୍ୟାସ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । 

ସେପଟେ ହିମାଚଳର ସ୍ଥିତି ବର୍ଷା ପାଇଁ ସଙ୍ଗୀନ ହୋଇଥିବା ବେଳେ ଗତ ୧୦ ଦିନରେ ବର୍ଷା ଜନିତ ମୃତ୍ୟୁ ୪୪ରେ ପହଞ୍ଚିଛି । ଜଳ ଏବଂ ଭୂସ୍ଖଳନ ପାଇଁ ୨୬୧ ରାସ୍ତା ବନ୍ଦ ହୋଇଛି । ୬୦୦ରୁ ଅଧିକ ଟ୍ରାନ୍ସଫରମର ବନ୍ଦ ହୋଇଛି ।