ମଣ୍ଡି: ମଣ୍ଡିରୁ ନିର୍ବାଚିତ ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ବର୍ତ୍ତମାନ ମନାଲିରେ ଥିବା ତାଙ୍କ ରେସ୍ତୋରାଁର କମ ବିକ୍ରିକୁ ନେଇ ଚିନ୍ତିତ। ତାଙ୍କର ମନାଲି ଗସ୍ତ ସମୟରେ ସେ ସେଠାରେ ଉପସ୍ଥିତ ଲୋକ ଏବଂ ଗଣମାଧ୍ୟମ ସହିତ ତାଙ୍କର ଯନ୍ତ୍ରଣା ବାଣ୍ଟିଥିଲେ।
କଙ୍ଗନାଙ୍କ ଅନୁଯାୟୀ, ତାଙ୍କ ରେସ୍ତୋରାଁର ଦୈନିକ ବିକ୍ରି ମାତ୍ର ୫୦ଟଙ୍କା। ହେଲେ କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ୧୫ଲକ୍ଷରୁ ଅଧିକରେ ପହଞ୍ଚିଛି।
'मेरे रेस्टोरेंट में कल 50 रूपये की सेल हुई है..'
— NDTV India (@ndtvindia) September 18, 2025
बाढ़ पीड़ित महिला जब शिकायत करने सांसद कंगना रनौत के पास पहुंची तो सांसद कंगना ने पीड़ित महिला की सुनने के बजाय उसे ही सुना दिया अपन दुखड़ा#Manalipic.twitter.com/CB5vGSGg0F
ମଣ୍ଡି ସଂସଦୀୟ କ୍ଷେତ୍ରର ସାଂସଦ କଙ୍ଗନା ରାଣାୱତ ବିପର୍ଯ୍ୟୟ ପରେ ମନାଲିରେ ପହଞ୍ଚିଥିଲେ। ସେ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ଭେଟିଥିଲେ। ଏହି ସମୟରେ କଙ୍ଗନା ରାଣାୱତ ତାଙ୍କ ଦୁର୍ଦ୍ଦଶା ବର୍ଣ୍ଣନା କରି କହିଥିଲେ ଯେ, "ମୁଁ ମଧ୍ୟ ହିମାଚଳର ଏବଂ ଏହି ସ୍ଥାନର ବାସିନ୍ଦା। ଲୋକମାନେ ମୋ ପାଖକୁ ସାହାଯ୍ୟ ମାଗିବାକୁ ଆସୁଛନ୍ତି। କିନ୍ତୁ ଦୟାକରି ମୋର ଯନ୍ତ୍ରଣା ବୁଝନ୍ତୁ। ମୁଁ ଜଣେ ଅବିବାହିତ ମହିଳା। ମୋ ରେସ୍ତୋରାଁର ଦୈନିକ ବିକ୍ରି ମାତ୍ର ୫୦ଟଙ୍କା ଏବଂ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ୧୫ଲକ୍ଷରେ ପହଞ୍ଚିଛି।। କେନ୍ଦ୍ର ସରକାର ବିପର୍ଯ୍ୟୟ ପାଇଁ ୧୦ହଜାର କୋଟି ଯୋଗାଇ ଦେଇଛନ୍ତି। ସେଥିପାଇଁ ସେହି ଟଙ୍କାରେ କ’ଣ ସବୁ କାମ ଚାଲିଛି, ତାହା ଜାଣିବା ପାଇଁ ଆମେ ଆସିଛୁ। କେନ୍ଦ୍ର ସରକାର ହିମାଚଳ ପ୍ରଦେଶକୁ ଯଥେଷ୍ଟ ସହାୟତା ପ୍ରଦାନ କରୁଛନ୍ତି, କିନ୍ତୁ ହିମାଚଳ ସରକାର ସେହି ଟଙ୍କାର ଅପବ୍ୟବହାର କରୁଛନ୍ତି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ୧୦,୦୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିସାରିଛନ୍ତି। ଭବିଷ୍ୟତରେ ଆହୁରି ଅଧିକ ସହାୟତା ପ୍ରଦାନ କରିବେ।"
Kangana Ranaut
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/09/18/new-project-22-2025-09-18-16-47-11.jpg)