ମୂଲ୍ୟଯୁକ୍ତ ହେବ ମାଣ୍ଡିଆ, ଓଡ଼ିଶା ଉପରେ ନଜର

ନୂଆଦିଲ୍ଲୀ : ଭାରତୀୟ ମାଣ୍ଡିଆ ଓ ଏହାର ମୂଲ୍ୟଯୁକ୍ତ ଉତ୍ପାଦକୁ କୃଷି ଓ ପ୍ରକ୍ରିୟାକରଣ ଖାଦ୍ୟ ଉତ୍ପାଦ ରପ୍ତାନି ଉନ୍ନୟନ କର୍ତ୍ତୃପକ୍ଷ (ଆପେଡା) ମାଧ୍ୟମରେ ବିଶ୍ବ ବଜାରକୁ ରପ୍ତାନି ପାଇଁ ଭାରତ ସରକାର ବିସ୍ତୃତ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି। ଓଡ଼ିଶାରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ ଓ ପ୍ରସାରିତ କରାଯାଉଥିବାରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟଯୋଜନାରେ ଓଡ଼ିଶା ମାଣ୍ଡିଆ ସାମିଲ ହେବା ଯଥେଷ୍ଟ ସମ୍ଭାବନା ରହିଛି।

ଓଡ଼ିଶା ସରକାରଙ୍କ ମିଲେଟ ମିସନକୁ କେନ୍ଦ୍ର ସରକାର ପ୍ରଶଂସା କରିସାରିଛନ୍ତି। କେବଳ ସେତିକି ନୁହେଁ ଓଡ଼ିଶାର ମିଲେଟ ମିସନକୁ ଜାତିସଂଘର ମାନ୍ୟତା ମଧ୍ୟ ମିଳିଛି। ଭାରତୀୟ ମାଣ୍ଡିଆକୁ ବିଶ୍ବବ୍ୟାପୀ ରପ୍ତାନି ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବରରୁ ଆରମ୍ଭ ହେବ। ଭାରତୀୟ ମାଣ୍ଡିଆକୁ ବିଦେଶରେ ଅବସ୍ଥିତ ଭାରତୀୟ ମିସନମାନଙ୍କୁ ବ୍ରାଣ୍ଡିଂ ଏବଂ ପ୍ରସାରିତ କରିବା କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଖାଦ୍ୟ ଭାବେ ମାଣ୍ଡିଆର ଗ୍ରହଣୀୟତାକୁ ବୃଦ୍ଧି କରିବା ତଥା ଏହାର ବହୁଳ ବ୍ୟବହାର ଓ ପ୍ରଚାରପ୍ରସାର ପାଇଁ କେନ୍ଦ୍ର ସରକାର ବିଦେଶରେ ଏକାଧିକ କ୍ରେତା-ବିକ୍ରେତା ବୈଠକ ଓ ରୋଡ୍‌ ସୋ କରିବାକୁ କାର୍ଯ୍ୟଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧିତ ଖବର