ଅଯୋଧ୍ୟାରେ ରାମ ମନ୍ଦିର ଥିଲା, ଅଛି ଏବଂ ରହିବ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ନେଇ ରାଜନୀତି ପୁଣି ଥରେ ଜୋର୍‌ ଧରିଛି। ଅନେକ ବର୍ଷ ଧରି ଅଯୋଧ୍ୟାର ରାମ ମନ୍ଦିରକୁ ନେଇ ବହୁ ବାଦବିବାଦ ଉପୁଜିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ ପ୍ରକାଶ କରିଛନ୍ତି ଯେ ‘ଅଯୋଧ୍ୟରେ ରାମ ମନ୍ଦିର ଥିଲା, ଅଛି ଏବଂ ରହିବ। ଅଯୋଧ୍ୟାରେ ପୂର୍ବରୁ ହିଁ ରାମ ମନ୍ଦିର ଥିଲା। ସରକାର କେବଳ ଏହାକୁ ବଡ଼ ଧରଣର କରିବାର ପ୍ରଚେଷ୍ଟାରେ ଅଛନ୍ତି।’ ଫଳରେ ରାମ ମନ୍ଦିର ନିର୍ମାଣକୁ ନିର୍ବାଚନୀ ପ୍ରସଙ୍ଗ କରିବାକୁ  ବିଜେପି ଯାଉଥିବା ସ୍ପଷ୍ଟ ହୋଇଛି।

ଦୀପାବଳି ଅବସରରେ ଫଇଜାବାଦ୍‌ ଜିଲ୍ଲାର ନାମ ବଦଳାଇ ଅଯୋଧ୍ୟା କରିବାର ଠିକ୍‌ ପରଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଅଯୋଧ୍ୟାରେ ଏକ ବିରାଟ ରାମ ମୂର୍ତ୍ତି ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି।

ଯୋଗୀ ଆଦିତ୍ୟନାଥ ଆହୁରି ବି କହିଛନ୍ତି କି ‘ସବୁ ପ୍ରକାରର ବିକଳ୍ପ ଆମ ପାଇଁ ଖୋଲା ରହିଛି। ମାତ୍ର ସମାଧାନ ସବୁବେଳେ ଆମର ଅାଇନ ଓ ସମ୍ବିଧାନର ମାନଦଣ୍ଡ ଭିତରେ ରହିବ।’

ଏହା ବ୍ୟତୀତ ଯୋଗୀ ଆଦିତ୍ୟନାଥ ଆହୁରି ଦୁଇଟି ଘୋଷଣା ମଧ୍ୟ କରିଛନ୍ତି। ନୂଆ ବିମାନବନ୍ଦରର ନାମ ସେ ରାମଙ୍କ ନାମରେ ରଖିବାକୁ ଘୋଷଣା କରିଥିବା ବେଳେ ନୂଆ କରି ଗଢ଼ା ହେବାକୁ ଯାଉଥିବା ମେଡିକାଲ କଲେଜ ରାଜା ଦଶରଥଙ୍କ ନାମରେ ନାମିତ ହେବ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର